Latest Odisha News

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ, ପାସ୍‌ ହାର ୮୦.୮୩ ପ୍ରତିଶତ

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସେହିପରି ମୋଟ୍ ପାସ ହାର ରହିଛି ୮୦.୮୩ % । ମୋଟ ୩୧୦୦ ପୁଅ ଓ ୨୧୩୩ ଜଣ ପାସ କରିଛନ୍ତି । A-1ରେ ୪୨, A-2ରେ ୨୫୫ ଜଣ, B-1ରେ ୩୪୮ ଜଣ, B-2ରେ ୪୫୮, C-ରେ ୫୯୯ ଜଣ, D ଗ୍ରେଡ୍‌ରେ ୮୪୬ ଜଣ, E ଗ୍ରେଡ୍‌ରେ ୨୬୮୫ ଜଣ ପାସ୍ କରିଛନ୍ତି । ଫେଲ୍ ହୋଇଛନ୍ତି ୧୪୮ ଜଣ ଛାତ୍ରଛାତ୍ରୀ ।

ମୋଟ୍ ୬୬୨୦ ଜଣ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ ପରୀକ୍ଷା ଦେଇଥିଲେ । ସେମାନଙ୍କ ଭିତରୁ ୧୪୬ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ରିଜେକ୍ଟ ହୋଇଥିଲା । ପରୀକ୍ଷାରେ ୧୦୮୬ ଜଣ ପିଲା ଅନୁପସ୍ଥିତ ଥିବା ବେଳେ, କପି କରି ଧରା ପଡିଥିଲେ ୧୪ ଜଣ । ସେହିଭଳି ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ପାସ୍ ହାର ରହିଛି ୭୪.୩ ପ୍ରତିଶତ । ଷ୍ଟେଟ୍‌ ଓପ୍‌ନ ସ୍କୁଲ୍‌ ଅଫ୍‌ଲାଇନ୍‌ ପରୀକ୍ଷା ୮୪୯୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୩୩୮୧ ଜଣ ଅନୁପସ୍ଥିତ ରହିଥିଲେ । ଏମାନଙ୍କ ମଧ୍ୟରୁ ୬୩୦୯ ଜଣ ପାସ୍‌ କରିଛନ୍ତି । A-1୧ରେ କୌଣସି ପିଲା ପାସ୍‌ କରିନାହାନ୍ତି । A-2ରେ ୧୭, B-1ରେ ୧୯୪, B-2ରେ ୩୪୭, C ଗ୍ରେଡରେ ୮୧୬, ଡି ଗ୍ରେଡରେ ୧୪୨୫, E ଗ୍ରେଡରେ ୩୫୧୦ ଜଣ ପାସ୍‌ କରିଛନ୍ତି । ସେହପରି ଫେଲ୍‌ ହୋଇଛନ୍ତି ୩୨୮ ଜଣ ଛାତ୍ରଛାତ୍ରୀ । ୫୨ ଜଣ ପିଲା ୫ଟି ବିଷୟରେ ପରୀକ୍ଷା ଦେଇନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି ।

Comments are closed.