ନୂଆଦିଲ୍ଲୀ: ଗିରଫ ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ବେଲ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ବୟାନ ମାମଲାରେ ତାଙ୍କୁ ଗିରଫ କରିଥିଲା ନାସିକ ପୋଲିସ । ଗତକାଲି ମଧ୍ୟରାତ୍ରିରେ ନାରାୟଣ ରାଣେଙ୍କୁ ମହାଡ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ୧୫ହଜାର ଟଙ୍କା ବେଲ୍ ବଣ୍ଡରେ ଜାମିନ ମଞ୍ଜୁର କରାଯାଇଛି ।
ରାତି ସାଢ଼େ ୧୧ଟାରେ ନାରାୟଣ ରାଣେଙ୍କୁ ବେଲ୍ ମିଳିଥିଲା । ଅଗଷ୍ଟ ୩୦ ଓ ସେପ୍ଟେମ୍ବର ୬ ତାରିଖରେ ସେ ରାଇଗଡ଼ରେ ହାଜର ହେବାକୁ ନିର୍ଦ୍ଦେଶ ଦେିଛନ୍ତି କୋର୍ଟ । ପୂର୍ବରୁ ରତ୍ନଗିରି କୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ । ଏପରିକି ବମ୍ବେ ହାଇକୋର୍ଟରୁ ବି ମିଳିନଥିଲା ଆଶ୍ୱସ୍ତି । ଶେଷରେ ପୋଲିସ ତାଙ୍କ ହେପାଜତରେ ନେଇଥିଲା । ପରେ ଗିରଫ କରିଥିଲା ।

ଗତ ୨୩ ତାରିଖରେ ବିଜେପିର ଜନ ଆଶୀର୍ବାଦ ଯାତ୍ରା ବେଳେ ଉଦ୍ଧବ ଠାକରେଙ୍କ ଉପରେ ଚାପୁଡ଼ା ମାରିବା ବୟାନ ଦେଇଥିଲେ ନାରାୟଣ ରାଣେ । ଏହାପରେ ତାଙ୍କ ନାଁରେ ୩ଟି ସ୍ଥାନରେ ଏତଲା ହୋଇଥିଲା। ନାରାୟଣ ରାଣେଙ୍କୁ ଗିରଫ କରିବା ଦାବିରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ବି ହୋଇଥିଲା ।
Comments are closed.