ଯାଜପୁର:ପ୍ରଧାନ ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର।ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ହିସ୍ପିଟାଲରେ ଭର୍ତି କରାଯାଇଛି।ଆହତ ଛାତ୍ର ଜଣକ ହେଉଛନ୍ତି ଯାଜପୁର ବିଂଝାରପୁର ମଲିଆ ଫତେପୁର ବରୁଣେଇ ହାଇସ୍କୁଲର ଦଶମ ଶ୍ରେଣୀର ଗୌରଭ ସେଠୀ।
ସେ ଆଜି ସ୍କୁଲରେ ପାଠ ପଢିବା ସମୟରେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ। ଏଥିରେ ଶିକ୍ଷକ ରାଗିଯାଇ ଗୌରବକୁ ଚାପୁଡା ମାରିଥିଲେ। ସେ ହଠାତ୍ ଅସୁସ୍ଥ ହୋଇଯାଇଥିଲେ। ପ୍ରଥମେ ତାଙ୍କୁ ବିଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି।
ଥାନାରେ ଶିକ୍ଷକଙ୍କ ନାଁ ରେ ପିଲାର ପରିବାର ଲୋକ ଅଭିଯୋଗ କରିବା ସହ। ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
Comments are closed.