Latest Odisha News

BREAKING NEWS

ବିଜେପିରୁ ଇସ୍ତଫା ଦେଲେ ରାଜ୍ୟ ଉପ ସଭାପତି ରାଜକିଶୋର ଦାସ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ରାଜକିଶୋର ଦାସ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ମୟୁରଭଞ୍ଜ ଜିଲ୍ଲାର ଜଣେ ଟାଣୁଆ ବିଜେପି ନେତା ଭାବେ ବିବେଚିତ ହେଉଥିବା ରାଜକିଶୋର ଦାସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି ।

ବରିଷ୍ଠ ନେତା ରାଜକିଶୋର ଦାସ ମୟୁରଭଞ୍ଜ ଜିଲ୍ଲାର ଜଣେ ଜଣାଶୁଣା ବିଜେପି ନେତା । ସେ ମୟୁରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋରଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢିବାକୁ ଆଶାୟୀ ରହିଥିଲେ । ଦଳ ପକ୍ଷରୁ ତାଙ୍କୁ ଗୁରୁତ୍ୱ ଦିଆଯାଇନଥିବାରୁ ସେ ଅସନ୍ତୁଷ୍ଠ ହୋଇ ପାର୍ଟିରୁ ଇସ୍ତଫା ଦେଇଥିବା ଆଲୋଚିତ ହେଉଛି ।

ବିଜେପିରୁ ଇସ୍ତଫା ପ୍ରଦାନ କଲା ପରେ ଏବେ ସେ କେଉଁ ଦଳରେ ଯୋଗଦାନ କରିବେ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ରାଜକିଶୋର । କିନ୍ତୁ ତାଙ୍କର ଅନୁଗାମୀଙ୍କ ସୂଚନାନୁଯାୟୀ ସେ ବିଜୁ ଜନତା ଦଳରେ ଯୋଗ ଦେଇ ପାରନ୍ତି ବୋଲି ଜଣାପଡ଼ିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀ ଦାସ ୨୦୧୪ ବିଧାନସଭା ନିର୍ବାଚନରେ ମୋରଡ଼ା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବିଜେଡ଼ିର ପ୍ରବିଣ ଚନ୍ଦ୍ର ଭଞ୍ଜଦେଓଙ୍କ ଠାରୁ ପରାସ୍ତ ହୋଇଥିଲେ ।

Leave A Reply

Your email address will not be published.