Latest Odisha News

BREAKING NEWS

କୋର୍ଟର ବୋଲ ମାନୁନାହାନ୍ତି ଆମାନିଆ ହନି ସିଂ

ମୁମ୍ବାଇ:ମୁମ୍ବାଇ ଫେମସ୍ ରାପର ୟୋ ୟୋ ହନି ସିଂ ନାଁ ରେ ଘରୋଇ ହିଂସା ମାମଲା । ତାଙ୍କ ନାଁ ରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଏହି ମାମଲରା ଶୁଣାଣୀ ଦିଲ୍ଲୀ ତିସହଜାରୀ କୋର୍ଟରେ ୨୮ ତାରିଖ ଦିନ ହେବାର ଥିଲା ହେଲେ ହନି ସିଂ ଆଜି କୋର୍ଟ କୁ ଆସିନଥିବା ଖବର ସାମ୍ନାକୁ ଆସିଛି । ପ୍ରଥମ ଶୁଣାଣି ସମୟରେ ମଧ୍ୟ ହନି ଉପସ୍ଥିତ ନଥିଲେ । ସେପଟେ ନ୍ୟାୟପାଳିକା ମଧ୍ୟ ହନିଙ୍କ ଏଭଳି ଆଚରଣକୁ ପସନ୍ଦ ନକରିବା ସହ ଆଇନ୍ ଠାରୁ ଉର୍ଦ୍ଧ୍ୱରେ କେହି ନାହିଁ ବୋଲି ସନ୍ଦେଶ ଦେଇଛନ୍ତି।

କୋର୍ଟ ହନିଙ୍କ ପାଇଁ ସେପ୍ଟେମ୍ବର ୩ ତାରିଖ ଦିନ ୧୨ରେ ପୁନର୍ବାର ଶୁଣାଣି ପାଇଁ ହାଜର ହେବାକୁ କହିଛନ୍ତି । ସେପଟେ ହନି ସିଂ ଙ୍କ ଓକିଲ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ବୋଲି କହିବା ସହ ଆଉ ଏକ ତାରିଖ ଧାର୍ଯ୍ୟ କରିବା ପାଇଁ କହିଛନ୍ତି ।
କୋର୍ଟ ପୂର୍ବ ଶୁଣାଣିରେ ହନିଙ୍କୁ ତାଙ୍କ ମାସିକ ଆୟର ଆଫିଡେବିଟ ମଧ୍ୟ ଦାଖଲ କରିବାକୁ କହିଥିଲେ ହେଲେ ଆଜି ଆସିନଥିଲେ କି ତାଙ୍କ ଓକିଲ କୋର୍ଟକୁ ସେସବୁ ଦେଇନାହାନ୍ତି ।

ସେପଟେ ଅପରପକ୍ଷ ହନିଙ୍କ ଏଭଳି ଆଚରଣଙ୍କୁ ପସନ୍ଦ କରିନାହାନ୍ତି । ହନି ଓ ତାଙ୍କ ପତ୍ନୀ ଶାଲିନୀ ୨୦୧୧ଜାନୁଆରୀ ୨୩ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦେଇଥିଲା ।

Leave A Reply

Your email address will not be published.