Latest Odisha News

୨୧,୪୦୦ ଫୁଟ ଉଚ୍ଚ ହଟ୍‌ ଏୟାର୍‌ ବେଲୁନ୍‌ରେ ଚାଲିଲେ ବ୍ୟକ୍ତି

ସୋମେରସେଟ: ହଟ୍‌ ଏୟାର୍‌ ବେଲୁନ୍‌ରେ ଯାତ୍ରା କରିବା ଯେତିକି ଭୟାନକ ସେତିକି କୌତୁହଳ ମଧ୍ୟ। ଭୂପୃଷ୍ଠରୁ ୨୦ ହଜାର ଫୁଟ ଉପରେ ଚାଲିବା ନିଶ୍ଚିତ ରୂପେ ଏକ ଦୁଃସାହସିକ କାର୍ଯ୍ୟ।

ମାଇକ୍ ହାୱାର୍ଡ ନାମକ ଜଣେ ବ୍ୟକ୍ତି ଏପରି ଏକ ଚମତ୍କାର କରି ଦେଖାଇଛନ୍ତି। ୨୦୦୪ର ଏକ ପୁରୁଣା ଭିଡିଓ ଗିନିଜ୍ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରାଯାଇଥିଲା। ଯେଉଁଠାରେ ବ୍ୟକ୍ତି ଜଣକ ଗୋଟିଏ ହଟ୍‌ ଏୟାର୍‌ ବେଲୁନରୁ ଅନ୍ୟ ଏକ ବେଲୁନ୍‌କୁ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବେଲୁନ୍‌ଟି ଭୂପୃଷ୍ଠରୁ ପ୍ରାୟ ୨୧,୪୦୦ ଫୁଟରେ ଉଚ୍ଚରେ ଥିଲା।

ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ୭୦,୦୦୦ ରୁ ଅଧିକ ଥର ଦେଖାହୋଇଛି। ଗିନିଜ୍ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ ପୃଷ୍ଠାରେ ସମାନ ଥ୍ରୋବ୍ୟାକ୍ ଭିଡିଓ ସେୟାର କରାଯାଇଥିଲା।

Comments are closed.