ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ବର ଉପକଣ୍ଠରେ ଥିବା ଅନ୍ଧାରୁଆରେ ୨୫ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି । ଯେଉଁଥିରେ ୧୩ ଏକର ଜାଗାରେ ବିଦ୍ୟାଳୟ କ୍ୟାମ୍ପସ ହେଉଥିବା ବେଳେ, ୧୦୦୦ ଶିକ୍ଷାର୍ଥୀଙ୍କ ପାଇଁ ୨୬ଟି ଶ୍ରେଣୀଗୃହର ବ୍ୟବସ୍ଥା କରାଯାଇଛି ।
ଏହି ବିଦ୍ୟାଳୟରେ ୮ଟି ବିଜ୍ଞାନଗାର, ୨ଟି ଛାତ୍ର ଓ ଦୁଇଟି ଛାତ୍ରୀ ନିବାସ, ୨୨ଟି ଶିକ୍ଷକ କ୍ବାର୍ଟର, ୮ଟି ଅତିଥି କକ୍ଷ, ୧୨ ଏକର ଜାଗାରେ ଖେଳ ପଡିଆ ରହିବ । ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଧାୟକ ସୁରେଶ ରାଉତରାୟ, ପ୍ରେମଚନ୍ଦ ଚୌଧିୁରୀ, କ୍ରିଷନ କୁମାର, ଉପେନ୍ଦ୍ର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed.