ଜୟପୁର : ଜୟପୁର ବାଟ କୁହୁଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଜଗଦଲପୁରରୁ କୋଟପାଡ଼ ଅଭିମୁଖେ ଆସୁଥିବା କାର । କିନ୍ତୁ ଏହି ସମୟରେ ବାଟକୁହୁଡି ଗାଁ ନିକଟରେ କାର ସହ ମୋଟର ସାଇକେଲର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଚରୁଚୁଣ୍ଡାର କୈଳାସ ମାଝି ଓ ଧମନାହାଣ୍ଡିର ଗଣପତି ପୂଜାରୀ । ଘଟଣାସ୍ଥଳରେ କୋଟପାଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ଦୁଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କହିଛି ପୋଲିସ ।
BREAKING NEWS
- ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ
- ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ
- ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍
- ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ
- Kotia map:ଗୁଗୁଲ୍ ମ୍ୟାପ୍ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
- ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର
- କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଟିପିଏସ୍ଓଡିଏଲର ଦୃଢ କାର୍ଯ୍ୟାନୁଷ୍ଠାନ
- ଘୋଷଣା ହେଲା ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬, ଜାଣନ୍ତୁ ଓଡ଼ିଶାରୁ କିଏ ପାଇବେ…
- ଛାତ ଉପରେ ଥିବା ପୁରୁଣା ଡିସ୍ ଛତା ଆସିବ କାମରେ! ମାଗଣା ଚ୍ୟାନେଲ୍ ଦେଖିବା ପାଇଁ ଏମିତି କରନ୍ତୁ ବ୍ୟବହାର
- ପାରାଦୀପରେ ବଡ଼ ଅଘଟଣ; ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ୨୪ ଜଣଙ୍କୁ ଖୋଜୁଛି…

Comments are closed.