ଭଦ୍ରକ: ଧରା ପଡ଼ିଲା ନକଲି ଜର୍ଦ୍ଦା କାରବାର । ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ସମୟରେ ଅଟୋ ସହ ଜର୍ଦ୍ଦାକୁ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଆଜି ସକାଳୁ ଏକ ଅଟୋରେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲଣ ହେଉଥିଲା । ଠିକ ଏହି ସମୟରେ ପୁରୁଣା ବଜାର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଅଟୋ ଭିତରେ ଥିବା ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଅଟୋକୁ ଜବତ କରିଛି ପୋଲିସ । ଏହି ନକଲି ଜର୍ଦ୍ଦା କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଚଳାଇଛି।
BREAKING NEWS
- WB By-polls: ଉପନିର୍ବାଚନ ପୂର୍ବରୁ ସାୟୋନୀଙ୍କ ବଡ ବୟାନ! ବଢ଼ିଲା ରାଜନୈତିକ ତାତି…
- Dengue Vaccine: ଡେଙ୍ଗୁକୁ ଟକ୍କର ଦେବ ଟିକା! ଭାରତକୁ ଆସୁଛି QDENGA, ଜାଣନ୍ତୁ କେତେ ପ୍ରଭାବୀ…
- ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…
- ବିନା ଅନୁମତିରେ ଗଛ କାଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ
- ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନିଆଁରେ ପୋଡ଼ି ହୋଇ ୫ ଶିଶୁ ଗୁରୁତର
- ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ
- କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ
- ଆଜି ସନ୍ଧ୍ୟା ସୁଦ୍ଧା ଆଣ୍ଡାମାନ ସାଗରରେ ହୋଇପାରେ ଲଘୁଚାପ କ୍ଷେତ୍ର ସୃଷ୍ଟି
- ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କାର ଆୟକର ଦେଉଛି ବିସିସିଆଇ

Comments are closed.