Latest Odisha News

BREAKING NEWS

ନକଲି ଜର୍ଦ୍ଦା ଜବତ,ଜଣେ ଗିରଫ

ଭଦ୍ରକ: ଧରା ପଡ଼ିଲା ନକଲି ଜର୍ଦ୍ଦା କାରବାର । ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ସମୟରେ ଅଟୋ ସହ ଜର୍ଦ୍ଦାକୁ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଆଜି ସକାଳୁ ଏକ ଅଟୋରେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲଣ ହେଉଥିଲା । ଠିକ ଏହି ସମୟରେ ପୁରୁଣା ବଜାର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଅଟୋ ଭିତରେ ଥିବା ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଅଟୋକୁ ଜବତ କରିଛି ପୋଲିସ । ଏହି ନକଲି ଜର୍ଦ୍ଦା କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଚଳାଇଛି।

Leave A Reply

Your email address will not be published.