Latest Odisha News

BREAKING NEWS

ଭୁଶୁଡିଲା ୧୦୦ ବର୍ଷ ପୁରୁଣା ପୋଲ; ସମ୍ବଲପୁର

ସମ୍ବଲପୁର: ଭୁଶୁଡିଲା ୧୦୦ ବର୍ଷ ପୁରୁଣା ପୋଲ। ସମ୍ବଲପୁର ସହରକୁ କୁଚିଣ୍ଡା ସହର ସହିତ ସଂଯୋଗ କରୁଥିବା ୧୦୦ ବର୍ଷ ପୁରୁଣା ବ୍ରିଜ୍‌ ଗୁରୁବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। କିନ୍ତୁ ସୂଚନା ମୁତାବକ ସେତେବେଳେ ବ୍ରିଜ ପାର ହେଉଥିବା ଜଣେ ଡମ୍ପର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏହି ପୋଲ ବ୍ରିଟିଶ ଶାସନ କାଳରେ ନିର୍ମିତ ହୋଇଥିଲା।

ସୂଚନାନୁସାରେ, ଖର୍ଲା ନଦୀ ଉପରେ ଥିବା ବ୍ରିଜଟି ରାତି ପ୍ରାୟ ୧୦ ଟାରେ ଡମ୍ପର ପାର ହେଉଥିବା ବେଳେ ଭୁଶୁଡି ପଡିଥିଲା। ବ୍ରିଜର ଭଙ୍ଗା ଅଂଶରେ ଗାଡିଟି ଫସି ରହିଥିଲା। ଡମ୍ପରର ହେଲପର ନଦୀକୁ ଡେଇଁପଡିଥିବା ବେଳେ ଡ୍ରାଇଭର ଗାଡିରେ ଅଟକି ଯାଇଥିଲେ।

ସୂଚନା ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଉଦ୍ଧାରକାରୀ ଦଳ ତାଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇପଡିଥିଲା।

ଏହାପରେ ୧୦ ଘଣ୍ଟା  ଧରି ବିଭିନ୍ନ ଉପାୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ସକାଳେ ଡ୍ରାଇଭରକୁ ଉଦ୍ଧାର କରାଯାଇ ତାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବ୍ରିଜ ଭୁଶୁଡ଼ିବା କାରଣରୁ ଜାତୀୟ ରାଜପଥ ୪୯ରେ ସମ୍ବଲପୁର ଏବଂ କୁଚିଣ୍ଡା ମଧ୍ୟରେ ସଡକ ଯୋଗାଯୋଗ ବନ୍ଦ ହୋଇଯାଇଛି।

Leave A Reply

Your email address will not be published.