Latest Odisha News

BREAKING NEWS

ଆସନ୍ତାକାଲି ନୂଆଖାଇ, ଗଣପର୍ବ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ବଲପୁର : ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରୁ ଆରମ୍ଭ କରି ତିହାରୀ ନୂଆଖାଇ ହାଟ ପର୍ଯ୍ୟନ୍ତ ସବୁଠୁ ଚଳଚଞ୍ଚଳ ପରିବେଶ । କାଲି ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ନୂଆ ଖାଇବେ ।

ନୂଆଖାଇବ ପୂର୍ବରୁ ଆଜି କିଣାକିଣି କରିଛନ୍ତି ପରିବାର ଲୋକ । ସମ୍ବଲପୁର ସହରର ଗୋଲ ବଜାରରେ ବସିଥିଲା ତିହାରୀ ବଜାର । ବଜାରରେ ବିଭିନ୍ନ ରକମର ନୂଆ ନୂଆ ପରିବା, ନୂଆ ସାରୁ, ସାରୁପତ୍ର ସହ ବିଭିନ୍ନ ନୂଆ ପରିବା କିଣି ନେଇଛନ୍ତି ସହରବାସୀ । ଅନ୍ୟପଟେ ନୂଆଖାଇ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ନିଜ ଘରକୁ ଫେରିଛନ୍ତି । ଆସନ୍ତାକାଲି ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ଇଷ୍ଟଦେବୀ ମା’ ସମଲେଇ ମନ୍ଦିରରେ ନବାନ୍ନ ଲାଗିହେବ । ମା’ ସମଲେଇଙ୍କ ସମସ୍ତ ଅଳଙ୍କାର ଧୂଆ ସରିଥିବା ବେଳେ ମନ୍ଦିରରେ ରଙ୍ଗ ଲଗା କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

Comments are closed.