ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ଖେଳାଳିମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ମାଂଚେଷ୍ଟରରେ ଖେଳାଯିବାକୁ ଥିବା ୫ମ ତଥା ଅନ୍ତିମ ଟେଷ୍ଟକୁ ବାତିଲ କରି ଦିଆଯାଇଛି । ତେବେ ଏହାର ଫଳାଫଳ କଣ ହେବ ସେ ନେଇ ବିବାଦ ଆରମ୍ଭ ହୋଇଛି । ଇସିବି ଏ ସମ୍ପର୍କରେ ନିଷ୍ପତି ନ ନେଇ ଆଇସିସି ଉପରେ ଛଡାଯାଉ ବୋଲି ବିସିସିଆଇ ପରୋକ୍ଷରେ କହିଛି । ପୂର୍ବରୁ ଉଭୟ ବୋର୍ଡ ମ୍ୟାଚ ବାତିଲ ନେଇ ସହମତି ହୋଇଥିଲେ ।
ଆଗକୁ ଆଇପିଏଲ ହେବାକୁ ଥିବାରୁ ଖେଳାଳିମାନେ ବାୟୋବବଲରେ ରହିବେ । ଆଉ କିଛି ଦିନ ପରେ ଏହି ମ୍ୟାଚକୁ ଆୟୋଜନ କରାଯାଉ ବୋଲି ବିସିସିଆଇ ପ୍ରସ୍ତାବ ଦେଇଛି । ଏ ନେଇ କୌଣସି ସଠିକ ତଥ୍ୟ ହସ୍ତଗତ ହୋଇନି ।
Comments are closed.