ଛତ୍ରପୁର:ବିସିଜେଡି ପ୍ରାର୍ଥୀମାନେ ଆଣିଲେ ସାଘାଂତିକ ଅଭିଯୋଗ। ମହାବିଦ୍ୟାଳୟ କର୍ମଚାରୀମାନେ ଖୋଲାଖୋଲି ଭାବେ ସରକାରୀ ନିୟମାବଳୀ ଉଲ୍ଲଘଂନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। କଲେଜ କର୍ମଚାରୀମାନେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଛାତ୍ରୀଛାତ୍ରଙ୍କ ଉପରେ ଚାପ ପକାଇବା ସହ ହସ୍ତକ୍ଷେପ କରୁଛନ୍ତି ବୋଲି ଏପରି ଲିଖିତ ଅଭିଯୋଗ କରିଛନ୍ତି ବିସିଜେଡି ପ୍ରାର୍ଥୀମାନେ ଛତ୍ରପୁର ଉପଜିଲାପାଳଙ୍କୁ।
ମହାବିଦ୍ୟାଳୟ ପରିସରରେ ଏବଂ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ଏବିଭିପି ପ୍ରାର୍ଥୀଙ୍କୁ ଭୋଟ୍ ଦେବ ନ ହେଲେ ମାର୍କ କାଟି ଦିଆଯିବ ବୋଲି ମହାବିଦ୍ୟାଳୟ କର୍ମଚାରୀମାନେ ଧମକ ଦେଉଥିବା ବିସିଜେଡି ପ୍ରାର୍ଥୀ ଉପଜିଲାପାଳଙ୍କୁ କହିଛନ୍ତି ।
ଏନେଇ ଉପଜିଲାପାଳ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବନାହିଁ।
ଏହା ସହିତ ଉପଜିଲାପାଳ ତାଗିଦ କରିଛନ୍ତି। ନିୟମ ବିରୋଧୀ କାର୍ଯ୍ୟକଳାପ ନ କରିବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉପଜିଲାପାଳ କଡ଼ା ଚେତାବନୀ ଦେଇଛନ୍ତି ।

