Latest Odisha News

BREAKING NEWS

ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୧୦ ଲକ୍ଷ ଟପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥତାରେ ମାଇଲଖୁଣ୍ଟ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥତା ହାର ବି ବୃଦ୍ଧି ପାଉଛି । କରୋନା ସୁସ୍ଥ ସଂଖ୍ୟା ଏବେ ୧୦ ଲକ୍ଷ ଟପିଛି । ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ମୋଟ୍ ୧୦ଲକ୍ଷ ୫୪୮ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୯୮.୫୦ ପ୍ରତିଶତ । ଯାହାକି ଏହ ମାଇଲଖୁଣ୍ଟ ।

ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି ୧୦ଲକ୍ଷ ୧୫ହଜାର ୭୧୩ । ଏବେ ୭ହଜାର ୨୦ଟି ଆକ୍ଟିଭ୍ କେସ୍ ରହିଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରବିଚ୍ଛିନ୍ନ ସେବା ବଳରେ ଏତେ ସଂଖ୍ୟକ ରୋଗୀ ସୁସ୍ଥ ହୋଇପାରିଛନ୍ତି ।

Leave A Reply

Your email address will not be published.