Latest Odisha News

BREAKING NEWS

ତିରୁପତି ଗର୍ଭ ଗୃହ ରହସ୍ୟ

ଭୁବନେଶ୍ୱର : ଭାରତର ସବୁଠୁ ବଡ଼ ଧାର୍ମିକ ସ୍ଥଳ । ଶ୍ରଦ୍ଧାଳୁଙ୍କ ରହିଛି ଅନେକ ବିଶ୍ୱାସ । ବର୍ଷ ବର୍ଷର ବହୁ ପୁରୁଣା ମନ୍ଦିର । ହେଲେ ମନ୍ଦିରରେ ଭଗବାନଙ୍କ ପ୍ରତି ବିଶ୍ୱାସ ଯେତିକି ମନ୍ଦିରରେ ବି ରହସ୍ୟ ସେତିକି । ଭକ୍ତର ସେହି ଭଗବାନ କିନ୍ତୁ ଅନ୍ୟ ମନ୍ଦିର ପ୍ରତିମାଠୁ ଖୁବ୍ ଅଲଗା । ଅନ୍ୟ ମନ୍ଦିର ପ୍ରତିମାଠୁ ଆକାଶ ପାତାଳ ତଫାତ୍ ରହିଛି । 

ଏଠି ବିଶ୍ୱାସ ରହିଛି ଯେ ମନ୍ଦିରରେ ଥିବା ଭଗବାନ  ଜୀବନ୍ତ । ଏ ହେଉଛି ତିରୁପତି ବାଲାଜୀଙ୍କ ଏକ ରହସ୍ୟମୟ ଆଉ ଅଦଭୁତ ମନ୍ଦିର । ଦକ୍ଷିଣଭାରତର ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାରେ ବାଲାଜୀଙ୍କ ମନ୍ଦିର । ଭେଙ୍କେଟେଶ୍ୱର ମହାରାଜ ପୂଜା ପାଉଛନ୍ତି । ଯିଏ କି ବିଷ୍ଣଙ୍କ ଅବତାର ବୋଲି କୁହାଯାଇଥାଏ । ଏହି ମୂର୍ତ୍ତି କୌଣସି ମଣିଷ ଦ୍ୱାରା ତିଆରି ହୋଇନି । ଏହି କଳାମୁର୍ତ୍ତି ବନାମ ଭଗବାନ ସ୍ୱୟଂ ଭଗବାନ ବିରାଜ ମାନ କରିଛନ୍ତି ।
ପ୍ରତିଦିନ ଚନ୍ଦନ ଲେପ  ଦିଅଯୋଏ । ଏଠି ମୂର୍ତ୍ତିରେ ଲାଗିଥିବା ଚୂଳ ି ସବୁ ବାସ୍ତବ । କାରଣ ଦେଢ ହଜାର ବର୍ଷରୁ ଅଧକି ହେଲା ସେହି ମୂର୍ତ୍ତି ସେମିତି ଆଉ ଚୂଳ ଗୁଡିକ ବି ସେମିତି ସୁନ୍ଦର ଆଉ ସଜାଡି ହୋଇ ରହିଛି

ସବୁଠାରୁ ବଡ଼ କଥା ହେଲା ତିରୁପତି ମନ୍ଦିରରେ ଭେଙ୍କେଟେଶ୍ୱର ମୂର୍ତ୍ତି କାନରେ କାନ ଦେଇ ଶୁଣିଲେ ସମୁଦ୍ର ଗର୍ଜ୍ଜନ ଶୁଣିବାକୁ ମିଳିଥାଏ
ଆଉ ଏକ କଥା ରହିଛି ଯେ ସେହି ପ୍ରତିମାର ହୃଦୟରେ ସ୍ୱୟଂ ଲକ୍ଷ୍ମୀ ପ୍ରତିୟମାନ ହୋଇଥାନ୍ତି । ସେହି କାରଣରୁ ତାଙ୍କୁ ଅଧା ଧୋତି ଆଉ ଅଧା ଶାଢୀରେ ସଜା ଯାଇଥାଏ ।

ସବୁଠାରୁ ବଡ଼ କଥା ହେଲେ ତିାରୂପତିଙ୍କ ନିକଟରେ ୩ଲକ୍ଷ ଦେଶୀ ଘିଅରେ ଲଡ଼ୁ ତିଆରି କରି ଭୋଗ ଲଗାଯାଇଥାଏ । ଏହା ସବୁ ଗୁପ୍ତ ରୋଷେଇ ଘରେ ତିଆରି ହୋଇଥାଏ । ୨୩ କିମି ଦୂରରେ ଏକ ଗାଁ ରହିଛି । ଶୃଙ୍ଖଳିତ ଓ ନିୟମ ଭିତରେ ରହୁଛନ୍ତି । ସେହି ଗାଁକୁ ବାହର ଲୋକ ଯିବାକୁ ବାରଣ । ଭଗବାନଙ୍କ ପାଇଁ ସମସ୍ତ ଫୁଲ ପତ୍ର ପ୍ରସାଦ , କ୍ଷୀର , ଦହି ଓ ଘିଅ ଏହି ଗାଁରୁ ଅଣାଯାଇଥାଏ ।

ମନ୍ଦିରରେ ବାଲାଜୀଙ୍କ ନିକଟରେ ଅର୍ପଣ କରାଯାଇଥିବା ଫୁଲ ଓ ତୁଳସୀ ବାହାରରେ ଫିଙ୍ଗା ଯାଏନି । ମନ୍ଦିର ନିକଟରେ ଥିବା କୂଅରେ ଏସବୁ ପୂଜା ପରେ କୂଅରେ ବିସର୍ଜିତ କରାଯାଇଥାଏ । ଗର୍ଭ ଗୃହରେ ହଜାର ହଜାର ବର୍ଷ ହେଲା ଏକ ଦୀପ ଜଳୁଛି । ଯେଉଁଥିରେ ନା ଘିଅ ନା କିଛି ତେଲ ଅଛି । ଖାଲି ଦୀପ ଅଲୌକିକ ଭାବେ ଜଳି ଆସୁଛି । ଯାହାର ରହସ୍ୟ କାହାକୁ ବି ଜଣାନାହିଁ

Leave A Reply

Your email address will not be published.