Latest Odisha News

BREAKING NEWS

ସାମ୍ନାକୁ ଆସିଲା ଚୀନର ଦାଦାଗିରି, ଏଲଏସିରେ ନିର୍ମାଣ କରୁଛି ୧୦ଟି ନୂଆ ବାୟୁସେନା ଘାଟି

ନୂଆଦିଲ୍ଲୀ : ସୀମାରେ ପୁଣି ଡ୍ରାଗନର ଦାଦାଗିରି । ଏଲଏସିରେ ୧୦ଟି ନୂଆ ବାୟୁସେନା ଘାଟି ନିର୍ମାଣ କରିଛି ଚୀନ । ଦୁଇଦେଶ ମଧ୍ୟରେ ବାରମ୍ବାର କଥାବାର୍ତ୍ତା ଚାଲିଥିବା ବେଳେ, ଚୀନର ଏହି ସାମରିକ ଘାଟି ନିର୍ମାଣକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଲଦାଖ, ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ବିଭିନ୍ନ ସୀମାରେ ଏହି ଘାଟିକୁ କୌଶଳଗତ ପର୍ଯ୍ୟାଲୋଚନା ପରେ ନିର୍ମାଣ କରାଯାଇଛି । ଏହା ଯୋଗୁ ଭାରତ ପ୍ରତି ଚୀନର ଶତ୍ରୁଭାବାପନ୍ନ ଆଭିମୁଖ୍ୟ ପ୍ରକାଶ ପାଇଛି ।

ଲଦାଖରେ ଶାନ୍ତି ଓ ସ୍ଥିରତା ରକ୍ଷା ଲାଗି ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ସାମରିକ ଘାଟି ନିର୍ମାଣ ଯୋଗୁ ଭାରତର ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶରେ ସୀମାନ୍ତ ଉତ୍ତେଜନା ହ୍ରାସ ଲାଗି ଅନେକ ଥର ଆଲୋଚନା ହୋଇଛି । ମାତ୍ର ସୀମାରେ ଚୀନ ବାୟୁସେନା ଘାଟି ନିର୍ମାଣ କରିବା ଦ୍ବାରା ସମସ୍ତ କଥାବାର୍ତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହଟ୍ ସ୍ପ୍ରିଙ୍ଗସ ଓ ଡେପସାଙ୍ଗ ପ୍ଲେନ୍ସକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଗଲଓ୍ବାନ ଉପତ୍ୟକା, ପେଙ୍ଗାଙ୍ଗ ହ୍ରଦ ଓ ଗୋଗ୍ରାରେ ସ୍ଥିତି ସ୍ବାଭାବିକ ରହିଛି ।

Leave A Reply

Your email address will not be published.