Latest Odisha News

ଅର୍ଜୁନ ବିଜ୍‌ଲାନି ହେଲେ ଖ‌ତ୍‌ରୋଁ କେ ଖିଲାଡି’ ସିଜିନ ୧୧ର ବିଜେତା

ମୁମ୍ବାଇ: ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଭିତ୍ତିକ ରିଆଲିଟି ସୋ ଫିୟର ଫ୍ୟାକ୍ଟର: ଖ‌ତ୍‌ରୋଁ କେ ଖିଲାଡି’ର ୧୧ତମ ସିଜନରେ ବିଜୟ ହାସଲ କରିଛନ୍ତି। ସେ ଦିବ୍ୟଙ୍କା ତ୍ରିପାଠୀ, ଶ୍ୱେତା ତିୱାରୀ, ବରୁଣ ସୁଦ, ବିଶାଲ ଆଦିତ୍ୟ ସିଂ ଏବଂ ରାହୁଲ ବୈଦ୍ୟଙ୍କୁ ପରାସ୍ତ କରି ବିଜେତା ଟ୍ରଫି ହାସଲ କରିଛନ୍ତି।

କିଛି ମାସ ପୂର୍ବରୁ ଦକ୍ଷିଣ ଆଫ୍ରିକାର କେପଟାଉନରେ  ‘ଖ‌ତ୍‌ରୋଁ କେ ଖିଲାଡି’ ୧୧ ’ର ସୁଟିଂ ଆରମ୍ଭ କରାଯାଇଥିଲା। ମଙ୍ଗଳବାର ଦିନ ଏହାର ଫାଇନାଲ୍ ଏପିସୋଡ୍ ମୁମ୍ବାଇରେ ସୁଟିଂ କରାଯାଇଥିଲା ଯେଉଁଠାରେ ଅର୍ଜୁନଙ୍କୁ ବିଜେତା ଘୋଷିତ କରାଯାଇଥିଲା।

Comments are closed.