Latest Odisha News

BREAKING NEWS

ମାଲକାନଗିରିରେ ଠାବ ମାଓ ଶିବିର , ବିପୁଳ ପରିମାଣର ବିସ୍ପୋରକ ଜବତ

ମାଲକାନଗିରି : ମାଲକାନଗିରିରେ ପୁଣି ଠାବ ହେଲା ମାଓ ଶିବିର।  ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। । ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ  ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି । ମାଓ ଶିବିରରୁ ବିପୁଳ ପରିମାଣରେ ବିସ୍ପୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ।

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହଡ ଉପରେ ଥିବା କିରିମିଟି ଗାଁ ନିକଟରେ ନକ୍ସଲ ମାନେ ଏକ କ୍ୟାମ୍ପ କରି ରହିଥିବା ବେଳେ ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ଯବାନଙ୍କ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷା କର୍ମୀ ଆସିବା ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ ପରେ ଯବାନ ମାନେ ଏହାର ପାଲଟା ଜବାବ ଦେଇଛନ୍ତି।

ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ହେବ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଘଟଣା ସ୍ଥଳ ଛାଡି ପଳାଇଛନ୍ତି। ପରେ ଯବାନଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ସେଠାରୁ ଅନେକ ବିସ୍ପୋରକ ସାମଗ୍ରୀ,ଅଫୁଟା ଗୁଳି,ଲ୍ୟାଣ୍ଡ ମାଇନ,ଡିଟୋନିଟର, ୱାକି ଟକି ,ନକ୍ସଲ କିଟ ବ୍ୟାଗ,ପୋଷାକ ଓ ଔଷଧ ସହ ଅନେକ ମାଓ ପୋଷ୍ଟର ଜବତ ହୋଇଛି। ଟପ୍ ମାଓ ନେତା ସୁରେସ ଓରଫ ସୁରାନା ଏହି ମାଓ ଶିବିରରୁ ଖସି ପଳାଇଥିବା ମାଲକାନଗିରି ଏସ.ପି କହିଛନ୍ତି।

Comments are closed.