Latest Odisha News

BREAKING NEWS

ଆଗକୁ ବଢୁଛି ବାତ୍ୟା ‘ଗୁଲାବ’: ମଧ୍ୟରାତ୍ରିରେ କରିବ ଲାଣ୍ଡଫଲ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା ଗୁଲାବ । ସ୍ଥଳଭାଗ ମୁହାଁ ହେଉଛି । ଅଧିକ ବଳ ଗୋଟାଇ ମାଡି ଆସୁଛି ବାତ୍ୟା । ଏବେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି । ଗୋପାଳପୁର ଉପକୂଳଠାରୁ ୨୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଓ ଆନ୍ଧ୍ରପ୍ରଦେଶରେ କଳିଙ୍ଗପଟ୍ଟନମଠାରୁ ୩୩୦ କିଲୋମିଟର ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା ।

ଏବେ ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ ଗୁଲାବ । ଯେତିକି ସ୍ଥଳଭାଗ ମୁହାଁ ହେଉଛି ତାର ବେଗ ସେତିକି ଧିମା ପଡ଼ିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ବାତ୍ୟା ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁପାରେ । କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ ବାତ୍ୟା ଗୁଲାବ ଆଜି ମଧ୍ୟରାତ୍ରିରେ ଆନ୍ଧ୍ର-ଓଡିଶା ଉପକୂଳର କଳିଙ୍ଗପଟ୍ଟନମ୍ ଓ ଗୋପାଳପୁର ମଧ୍ୟରେ ଲାଣ୍ଡଫଲ୍ କରିବ ।

Leave A Reply

Your email address will not be published.