Latest Odisha News

BREAKING NEWS

ଭାରତୀୟ ଯାତ୍ରୀଙ୍କ ପାଇଁ ଭଲ ଖବର; କୋଭିଶିଲ୍ଡକୁ ସ୍ୱୀକୃତି ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କରୋନା ବିରୋଧରେ କୋଭିଡଶିଲ୍ଡ ଟିକା ନେଇଥିବା ଏବଂ ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏକ ଖୁସି ଖବର। ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତ ଟିକା କୋଭିଶିଲ୍ଡକୁ ଅଷ୍ଟ୍ରେଲିଆ ସ୍ବୀକୃତି ଦେଇଛି। ଅଷ୍ଟ୍ରେଲିଆ ଶୁକ୍ରବାର ଦିନ କୋଭିଶିଲ୍ଡକୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏକ ‘ସ୍ୱୀକୃତିପ୍ରାପ୍ତ ଟିକା’ ଭାବରେ ଘୋଷଣା କରିଛି।

ଅଷ୍ଟ୍ରେଲିଆ ସରକାରଙକ ତରଫରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ ଟିକା କୋଭିଶିଲ୍ଡ ସପ୍ଲିମେଣ୍ଟ ଯେଉଁମାନେ ନେଇଛନ୍ତି ସେମାନେ ଏହି ଯାତ୍ରା ପାଇଁ ଯୋଗ୍ୟ ହେବେ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ଅଷ୍ଟ୍ରେଲିଆ ଯାତ୍ରା ପାଇଁ ଅନୁମତି ମିଳିନାହିଁ। ସେମାନଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଇଛି।

Comments are closed.