Latest Odisha News

ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟାକାଣ୍ଡ ଘଟଣା,୪୮ ଘଣ୍ଟା ଭିତରେ ପୋଲିସ ହାତରେ ୨ ଅଭିଯୁକ୍ତ

ବରଗଡ଼ : ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କାଣ୍ଡର ଧରାପଡ଼ିଲା ଅଭିଯୁକ୍ତ । ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ପୋଲିସ ୨ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଛୁରୀ, ପଲସର ବାଇକ, ସ୍କୁଟି ସହ ସେମାନେ ପିନ୍ଧିଥିବା ବସ୍ତ୍ର ଜବତ କରାଯାଇଛି ବୋଲି ବରଗଡ଼ ଏସଡିପିଓ ଦୀପକ କୁମାର ଗୋଛାୟାତ ସୂଚନା ଦେଇଛନ୍ତି।

ସହମ୍ମଦ କାଶିମ ଓ ଦୁଇ ଅଭିଯୁକ୍ତ ପରସ୍ପରର ସାଙ୍ଗ  ଥିବା ବେଳେ ସାମାନ୍ୟ କଥା କଟାକଟିରୁ ଗଣ୍ଡଗୋଳ ହୋଇଥିଲା । ପରେ ଦୁଇ ଜଣ ସାଙ୍ଗ ମିଶି କାଶିମର ଗଳା କାଟି ହତ୍ୟା କରିଥିଲେ ବୋଲି ପୋଲିସ ଆଗରେ ମାନିଥିଲେ।

ଗତ ୨୯ ତାରିଖ ଦିନ ବରଗଡ଼ ସହରର ଆମ୍ବପାଲି ବନଜାରି ବ୍ରିଜ ନିକଟରେ ଅତାବିରାର ୨୬ ବର୍ଷୀୟ ମହମ୍ମଦ କାଶିମ ନାମକ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିଲା

Leave A Reply

Your email address will not be published.