Latest Odisha News

ବ୍ରାହ୍ମ ମୁହୂର୍ତ୍ତରେ ଅଭିଷେକ

ପାହାଡ଼ଗଡ଼ : ଆମ ଚାରିପଟେ ରହିଛି ଅନେକ ରହସ୍ୟ। ଆଉ ସେହି ରହସ୍ୟ ଘେରା ଭିତରେ ଆମେ । ପ୍ରତିଦିନ କିଛି ନା କିଛି ଆମ ଆଖି ସମାନରେ ଘଟୁଛି। କିଛି ଆମେ ଗ୍ରହଣ କରୁଛେ ଆଉ କିଛି ରହସ୍ୟମୟ ଘଟଣା ଆମ ସାମନାରେ ଘଟୁଥିଲେ ବି ତାହା ଆମ ଜ୍ଞାତସାର ବାହାରେ । ସବୁ ମନ୍ଦିରର ଅଲଗା ମହତ୍ତ୍ୱ ରହିଛି । ଏନେଇ ନା କଥା କାହାଣୀରେ କିଛି ରହିଛି ନା ବେଜ୍ଞାନିକ କିଛି ଖୋଜି ପାଇଛନ୍ତି । ହେଲେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହା ହେଉଛି ଐଶ୍ୱରୀୟ ଶକ୍ତି।

ଆମ ଦେଶରେ ଅନେକ ଦେବା ଦେବୀ ମନ୍ଦିର ଅଛି। ଯେଉଁଠି ଭରି ରହିଛ ଅନେକ ରହସ୍ୟ। ଖାସ୍ କରି ମହାଦେବଙ୍କ ମନ୍ଦିର କଥା ଉଠିଲେ ସେଠି ରହସ୍ୟ ରହିବା ସୁନିଶ୍ଚିତ । ମଧ୍ୟପ୍ରଦେଶର ପାହାଡଗଡ଼ରେ ରହସ୍ୟମୟ ଇଶ୍ୱରା ମହାଦେବ ମନ୍ଦିର । ଯେଉଁଠି କିଛି ଅଦୃଶ୍ୟ ଶକ୍ତି ପୂଜା କରିବାର ଦେଖିବାକୁ ମିଳେ। ଆଉ ଏହି ପୂଜା ଅଭିଷେକ ବ୍ରାହ୍ମ ମୁହୂର୍ତ୍ତରେ ହିଁ ହୋଇଥାଏ । ସକାଳୁ ପୂଜାରୀ କବାଟ ଖୋଲିବା ମାତ୍ରକେ ବେଲ ପତ୍ର ଫୁଲ ଓ ଚାଉଳ ଲାଗି ହୋଇଥାଏ ।

ପୂଜାରେ ବ୍ୟବହୃତ ସବୁ ବେଲ ପତ୍ର ୨୧ ମୂଖୀ ଓ ୧୧ମୂଖୀ ହୋଇଥାଏ। ଘଟଣା ଦିନେ କି ଦୁଇ ଦିନର ନୁହେଁ ବର୍ଷ ସାରା ଏହି ପୂଜା ଚାଲିଆସୁଛି। ଘଞ୍ଚ ଜଙ୍ଗଲରେ ମନୋରମ ପରିବେଶ ଭିତରେ ରହିଛି ଇଶ୍ୱରା ଶିବ ମନ୍ଦିର। ଲୋକଙ୍କ କହିବା ଅନୁସାରେ ବ୍ରାହ୍ମମୁହୁର୍ତ୍ତରେ କିଛି ଅଦୃଶ୍ୟ ଶକ୍ତି ଆସି ପୂଜା କରି ଚାଲିଯାଏ।

ଲୋକେ ଜାଣିବାକୁ ବହୁ ପ୍ରୟାସ କରିଛନ୍ତି ହେଲେ ସେମାନଙ୍କୁ ବହୁ ବପିଦର ସାମନା କରିବାକୁ ପଡ଼ିଛି । ତେଣୁ ସାଧାରଣ ଲୋକ ତ ଦୂରକଥା ବେଜ୍ଞାନିକ ବି ଏହାର ରହସ୍ୟ ଜାଣିବାକୁ ପ୍ରୟାସ କରନ୍ତିନାହିଁ ।

ତେବେ ମନ୍ଦିରରେ କିଏ ଏହି ବିରଳ ୨୧ ମୂଖୀ ଓ ୧୧ମୂଖୀ ବେଲ ପତ୍ର ଫୁଲ ଦେଇ ଅଭିଷେକ କରୁଛି ? ଆଉ କେଉଁଆଡେ ଗାୟବ ହୋଇଯାଉଛି ? ପ୍ରକୃତିର ଝରଣା ପାଣିରେ ପୂଜା ପାଉଥିବା ଏହି ଇଶ୍ୱରା ମହାଦେବ ମନ୍ଦିରକୁ ଆସୁଛି କିଏ?ଏହି ରହସ୍ୟ କାହାକୁ ବି ଜଣାନାହିଁ। ମନ୍ଦିର ରହସ୍ୟ କେବଳ ରହସ୍ୟ ଭିତରେ ହିଁ ରହିଯାଇଛି । . . .

Leave A Reply

Your email address will not be published.