ବଲାଙ୍ଗିର : ବଲାଙ୍ଗିର ସହର ରେଳ ଷ୍ଟେସନ ରାସ୍ତା ଏଫସିଆଇ ଗୋଦାମ ନିକଟରେ ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟ୍ ଅଭିଯୋଗ । ଘଟଣାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ହେଲା ବଲାଙ୍ଗିର ସହର କଂସାରୀପଡାର ସିଦ୍ଧାର୍ଥ କୁମ୍ଭାର । ସିଦ୍ଧାର୍ଥ ନିକଟରୁ ଏକ ଖେଳଣା ବନ୍ଧୁକ ସହିତ ଲୁଟ୍ ହୋଇଥିବା ୧୧ ଶହ ୭୦ ଟଙ୍କା ଜବତ କରିଛି ପୋଲିସ ଜବତ ।
ସୂଚନା ଅନୁସାରେ, ବଲାଙ୍ଗିର ସହର ଟିକ୍ରାପଡାର କାହ୍ନା ଶତପଥୀ, ପବିତ୍ର ଦାଶ ଏବଂ ପ୍ରହ୍ଲାଦ ସାହୁ ରାୟଗଡରୁ ଜଗଦଲପୁର-ରାଉରକେଲା ଏକ୍ସପ୍ରେସରେ ଆସି ବଲାଙ୍ଗିର ଷ୍ଟେସନରେ ଓହ୍ଲାଇଥିଲେ । ତିନି ଜଣ ଯୁବକ ଷ୍ଟେସନରୁ ଚାଲି ଚାଲି ସହର ଅଭିମୁଖେ ଆସୁଥିଲେ । ତେବେ ଏଫସିଆଇ ଗୋଦାମ ନିକଟରେ କାହ୍ନା ଶତପଥୀଙ୍କ ମୁଣ୍ଡରେ ବନ୍ଧୁକ ରଖି ୧୧୭୦ ଟଙ୍କା ଲୁଟି ନେଇଥିଲା ଅଭିଯୁକ୍ତ ସିଦ୍ଧାର୍ଥ । ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସିଦ୍ଧାର୍ଥକୁ କାବୁ କରିଥିଲା । ସିଦ୍ଧାର୍ଥ ନିକଟରୁ ଏକ ଖେଳନା ବନ୍ଧୁକ ସହ ଲୁଟ୍ ହୋଇଥିବା ଟଙ୍କା ଜବତ କରାଯାଇଛି । ପୋଲିସ ଏନେଇ ମାମଲା ରୁଜୁ କରିଥିବା କରିଥିବା ବେଳେ, ଅଭିଯୁକ୍ତ ସିଦ୍ଧାର୍ଥ କୁମ୍ଭାରକୁ କୋର୍ଟ ଚାଲାଣ କରିବ ।
Comments are closed.