Latest Odisha News

BREAKING NEWS

କୋହଲି, ଗେଲଙ୍କୁ ପଛରେ ପକାଇ ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜମ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଟି୨୦ କ୍ରିକେଟରେ ୭୦୦୦ ରନ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ ୧୮୭ ଇନିଂସରେ ଏହି ମାଇଲଖୁଂଟ ଛୁଇଁଛନ୍ତି ।

BjdElectrycity

ତାଙ୍କ ପୂର୍ବରୁ ଗେଲଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୧୯୨ ଇନିଂସରେ ୭୦୦୦ ରନ କରିଥିଲେ । କୋହଲି ୨୧୨ ଇନିଂସରେ ଏହି କ୍ଲବରେ ସାମିଲ ହୋଇ ତୃତୀୟ ସ୍ଥାନରେ ରହିଛନ୍ତି । ଜାତୀୟ ଟି୨୦ କପରେ ସେଂଟ୍ରାଲ ପଂଜାବ ପକ୍ଷରୁ ଖେଳୁଥିବା ବାବର ଆଜି ୫୯ ରନର ଇନିଂସ ଖେଳିବା ଅବସରରେ ଏହି ରେକର୍ଡ କରିଛନ୍ତି ।

Leave A Reply

Your email address will not be published.