Latest Odisha News

BREAKING NEWS

ବିନା ଶ୍ରଦ୍ଧାଳୁରେ ମା’ଙ୍କ ପୂଜା

ବ୍ରହ୍ମପୁର: ବିନା ଶ୍ରଦ୍ଧାଳୁରେ ମା’ଙ୍କ ପୂଜା ହେବ। ଦୁର୍ଗା ପୂଜା ଲାଗି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି । କଟକଣା ଅନୁସାରେ ମହାନଗର ଅଞ୍ଚଳରେ ଦୁର୍ଗା ପୂଜା ଆୟୋଜନ ହେବ । ନୂଆ ନିୟମ ଅନୁସାରେ ପୂଜା ମଣ୍ଡପକୁ ତିନି ପଟରୁ ସଂପୂର୍ଣ୍ଣ ଆବଦ୍ଧ କରାଯିବ। ସେହିପରି ଚତୁର୍ଥ ପଟ ବା ସାମନା ପଟକୁ ଏଫରି ଭାବେ ଢଙ୍କା ଯିବ, ଯେପରି କୌଣସି ଶ୍ରଦ୍ଧାଳୁ ମାଆଙ୍କ ମୂର୍ତ୍ତି ଦର୍ଶନ କରିପାରିବେ ନାହିଁ ।

ସେହିପରି ମାଆଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବନି ।  ପୂଜା ବେଳେ ମଣ୍ଡପରେ କର୍ତ୍ତା ଓ ପୂଜକଙ୍କୁ ମିଶାଇ ୫ ଜଣରୁ ଅଧିକ ରହିପାରିବେନି । ପୂଜା ମଣ୍ଡପରେ ଉପସ୍ଥିତ ସମସ୍ତେ କୋଭିଡ୍ ନିୟମାବଳୀ ମାନିବେ। ଏଥର ପୂଜା ପରେ ଭସାଣ ଶୋଭାଯାତ୍ରା କରାଯିବ ନାହିଁ। ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ନିର୍ଦ୍ଦେଶ ରହିଛି।

ତେବେ ପୂଜା ମଣ୍ଡପରେ କୋଭିଡ୍ ନିୟମାବଳୀ ଭଙ୍ଗ ହେଲେ ପୂଜା କମିଟି ଦାୟୀ ରହିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି । କେବଳ ଏତିକି ନୁହେଁ, ଏଥର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନବରାତ୍ରି ଦାଣ୍ଡିଆ ପାଳନକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି ।

Leave A Reply

Your email address will not be published.