Latest Odisha News

BREAKING NEWS

ସାଗର ଧନକାର ହତ୍ୟା ମାମଲା: ଖୁବ୍ ଶୀଘ୍ର ସୁଶୀଲଙ୍କ ବିରୋଧରେ ଦ୍ୱିତୀୟ ଚାର୍ଜଶିଟ ଦାଖଲ କରିବ ପୋଲିସ

ନୂଆଦିଲ୍ଲୀ: ଛତ୍ରଶାଲ ଷ୍ଟାଡିୟମରେ ଜୁନିୟର ରେସଲର ସାଗର ଧନକାର ହତ୍ୟା ମାମଲାରେ ସ୍ଥାନୀୟ କୋର୍ଟ ପହଲିମାନ ସୁଶୀଲ କୁମାରଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ବିଚରପତି ଶିବାଜୀ ଆନନ୍ଦ ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ ପୋଲିସ ଖୁବ୍ ଶୀଘ୍ର ସୁଶୀଲଙ୍କୁ ନେଇ ଦ୍ୱିତୀୟ ଚାର୍ଜଶିଟ ଦାଖଲ କରିବ ବୋଲି କୋର୍ଟଙ୍କ ନିକଟରେ କହିଛି ।

ଅଗଷ୍ଟ୨ରେ ପୋଲିସ ସୁଶୀଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚାର୍ଜଶିଟ ଦାଖଲ କରିଥିଲା । ଏହି କେସରେ ୧୭ଜଣ ଅଭିଯୁକ୍ତଙ୍କ ନାମ ରହିଛି । ଖୁବ୍ ଶୀଘ୍ର କେସର ସମାଧାନ ଘଟିବ ଏବଂ ଦୋଷୀ ଉପଯୁକ୍ତ ଦଣ୍ଡ ପାଇବ ବୋଲି ପୋଲିସ କହିଛି । ଜୁନ ୨ ପରଠାରୁ ପୂର୍ବତନ ଅଲିମ୍ପିକ ପଦକ ବିଜେତା ସୁଶୀଲ ଜେଲରେ ଅଛନ୍ତି ।

Leave A Reply

Your email address will not be published.