Latest Odisha News

BREAKING NEWS

ନବରଙ୍ଗପୁରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ

ଭୁବନେଶ୍ୱର : ଶାସକ ଦଳ ବିଜେଡି ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ଶନିବାର ଦିନ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନବରଙ୍ଗପୁରରେ ପ୍ରଚାର ଆରମ୍ଭ କରାଯିବ ।

ଗସ୍ତ ସୂଚୀଅନୁଯାୟୀ ମୁଖ୍ୟମନ୍ତ୍ରୀ ରାୟଗଡରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିବେ । ପରେପରେ ସେ ଝରିଗାଁ, ମୈଦଳପୁର, ପାପଡାହାଣ୍ଡି ଏବଂ ନବରଙ୍ଗପୁରରେ ଏକ ଜନସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ।

ନବରଙ୍ଗପୁର ଜିଲ୍ଲାରେ ଏହି ଅଭିଯାନ ପରେ ମୁଖ୍ୟମନ୍ତ୍ରୀ ଦ୍ୱିପ୍ରହରରେ କୋରାପୁଟ ଜିଲ୍ଲାର କୋଟପଡା ଅଭିମୁଖେ ଗସ୍ତ କରିବା ସହ ଏକ ର‌୍ୟାଲି ମଧ୍ୟ କରିବେ ।

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ଓ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ ।

ଏହି ୪ଟି ଲୋକସଭା ଆସନ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ବ୍ରହ୍ମପୁର ଓ କୋରାପୁଟରେ ନିର୍ବାଚନୀ ପ୍ରଚାର କରିସାରିଛନ୍ତି ।

Leave A Reply

Your email address will not be published.