Latest Odisha News

BREAKING NEWS

ଶାହାରୁଖଙ୍କ ବିଜ୍ଞାପନ ପ୍ରସାରଣ କରୁନି ବାୟଜୁସ

ମୁମ୍ବାଇ: ପୁତ୍ର ଆର୍ଯ୍ୟନ ଖାଁ ଡ୍ରଗ୍ସ ପାର୍ଟି କରିବା ଅଭିଯୋଗ ପରେ ଶାହାରୁଖ ଖାଁଙ୍କୁ ଆଜି ପ୍ରଥମ ଝଟକା ଲାଗିଛି । ଲର୍ଣ୍ଣିଂ ଆପ ବାୟଜୁସ କମ୍ପାନୀ ଆଜି ଶାହାରୁଖଙ୍କ ବିଜ୍ଞାପନ ପ୍ରସାରଣ ଉପରେ ରୋକ ଲାଗିଛି । ୨୦୧୭ ପରଠାରୁ ବାୟଜୁସ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଭାବେ କିଙ୍ଗ ଖାଁ ବର୍ଷକୁ ୩ରୁ୪ କୋଟି ଟଙ୍କା ଆୟ କରୁଥିଲେ । ସୋସିଆଲ ସାଇଟରେ ବାୟଜୁସ ଶାହାରୁଖଙ୍କୁ ବୟକଟ କରନ୍ତୁ ବୋଲି ଦାବୀ ହୋଇଥିଲା ।

ପିଲାମାନଙ୍କ ଶିକ୍ଷା ସହିତ ଜଡିତ ଥିବାରୁ କମ୍ପାନୀ ତାର ଇମେଜ ଖରାପ କରିବାକୁ ଚାହୁଁନାହିଁ । ଶେଷରେ ଚାପରେ ପଡି କମ୍ପାନୀ ଅଗ୍ରୀମ ବୁକିଂ କରିବା ସତ୍ୱେ ଏହାକୁ ବାଦ୍ ଦେଇଛି । ବାୟଜୁସ ପରେ ଅନ୍ୟ କମ୍ପାନୀମାନେ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବା କଥା ।

Leave A Reply

Your email address will not be published.