ପୁରୀ : କୋଣାର୍କ ଚନ୍ଦ୍ରଭଗା ସମୁଦ୍ର ମଧ୍ୟରେ ଫସିଲା ହରିଣ । ଅଳ୍ପକେ ବଞ୍ଚିଗଲା ଜୀବନ । ସମୁଦ୍ରରେ ଫସିଥିବା ହରିଣକୁ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି । ସମୁଦ୍ର ମଧ୍ୟରେ ଦୀର୍ଘ ସମୟ ଧରି ହରିଣଟି ଫସି ରହିଥିଲା । ଏହାକୁ ଉଦ୍ଧାର କରାଯିବା ପରେ ହରିଣଟି ଦୌଡ଼ି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ କୂଳକୁ ଚାଲି ଆସି କିଛି ସମୟ ଶୋଇ ରହିବା ପରେ ଜଙ୍ଗଲ ଭିତରକୁ ପଳାଇଛି । ଉଦ୍ଧାର ହୋଇଥିବା ହରିଣଟି ଏକ ଅଣ୍ଡିରା କିସମର । ଏହାର ବୟସ ୩ରୁ ୪ର୍ବଷ ମଧ୍ୟରେ ହେବ ବୋଲି ବନ ବିଭାଗର କର୍ମଚାରୀ ସୂଚନା ଦେଇଛନ୍ତି । ହରିଣଟି ନିକଟବର୍ତ୍ତି ବାଲୁଖଣ୍ଡ ଅଭୟାରଣ୍ୟରୁ ଚାଲି ଆସିଥିବା ଜଣାପଡିଛି ।
BREAKING NEWS
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
- ପଞ୍ଜାବକୁ ହରାଇଲା ହାଇଦ୍ରାବାଦ
- ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି
- ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ
- ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି