Latest Odisha News

BREAKING NEWS

କୋଭିଡ଼୍ କଟକଣା ସହ ମାଲକାନଗିରିରେ ଚାଲିଛି ମାଆ ଦୁର୍ଗାଙ୍କ ପୂଜା

ମାଲକାନଗିରି: ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଉପାନ୍ତ ଅଞ୍ଚଳ ମାଲକାନଗିରିର ବିଭିନ୍ନ ପୂଜା ମଣ୍ଡପରେ କରୋନା କଟକଣା ମଧ୍ୟରେ ଚାଲିଛି ମାଆଙ୍କ ପୂଜା। ଆଜି ମାଆ ବିମଳା ରୂପରେ ଦର୍ଶନ ଦେଉଛନ୍ତି।

ସମସ୍ତ ଦେବୀ ପୀଠମାନଙ୍କରେ ପ୍ରଥମ ଦିନରୁ ନବରାତ୍ରି ପୂଜା ଆରମ୍ଭ ହୋଇଥିବାବେଳେ ସହରର ୪ଟି ପୂଜା ମଣ୍ଡପରେ ସପ୍ତମି ଦିନରୁ ପବିତ୍ର ନଦୀରୁ ଜଳ ଆଣି ମାଆଙ୍କ ଚକ୍ଷୁଦାନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମଧ୍ୟାହ୍ନରେ ମାଆଙ୍କ ପାଖରେ ଅନ୍ନପ୍ରସାଦ ଭୋଗ ଲାଗି ହେବା ପରେ ପାଣି କଖାରୁ ବଳି ଦିଆଯାଇ ଚଣ୍ଡୀପାଠ କରାଯିବ।

ପ୍ରତିବର୍ଷ ସହରରେ ଦୁର୍ଗାପୂଜାକୁ ଦେଖିବା ଲାଗି ତିନି ରାଜ୍ୟର ଲୋକଙ୍କ ପ୍ରବଳ ଭିଡ଼ ହେଉଥିଲା। ମାତ୍ର ଚଳିତବର୍ଷ କୋଭିଡ଼୍ କଟକଣା ପାଇଁ କୌଣସି ପ୍ରକାର ଜନଗହଳି ହେଉନାହିଁ। ମଣ୍ଡପଗୁଡ଼ିକରେ ସାମ୍ନା ପଟୁ ପରଦା ଟଣାଯାଇ ଭିତରେ ପୂଜାର୍ଚ୍ଚନା ହେଉଛି। କୌଣସି ଭକ୍ତଙ୍କୁ ଭିତରକୁ ଦର୍ଶନ କରିବାକୁ ଛଡ଼ାଯାଇନଥିଲା।

Leave A Reply

Your email address will not be published.