Latest Odisha News

BREAKING NEWS

ବାଲୁକା କଳାରେ ୧୨ ପ୍ରକାର ପରିବାରେ ମାଆ ଦୁର୍ଗାଙ୍କ ପ୍ରତିମା

ପୁରୀ : ବିିଭିନ୍ନ ସ୍ଥାନରେ ଚାଲିଛି ମାଆ ଦୁର୍ଗାଙ୍କ ଅରାଧନା । ବିଭିନ୍ନ ସ୍ଥାନରେ ମାଆର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଆ ଦୁର୍ଗାଙ୍କ ଏକ ପ୍ରତିମା । ଯାହାକି ବାଲୁକା କଳାରେ ଶୋଭା ପାଉଛି । ଦେବୀଙ୍କ ଏହି ପ୍ରତିମା ବାଲିରେ ତିଆରି ହୋଇଛି । ଏହା ବ୍ୟତୀତ ମୂର୍ତ୍ତି ତିଆରି ପାଇଁ ୧୨ ପ୍ରକାରର ପନିପରିବା ବ୍ୟବହାର କରାଯାଇଛି ।

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି । ନବମୀ ଦିନ ସୁଦର୍ଶନ ପୁରୀ ସମୂଦ୍ର କୂଳରେ ମାଆ ଦୁର୍ଗାଙ୍କ ପ୍ରତିମା ତିଆରି କରିଛନ୍ତି । ଏଥିରେ ସୁଦର୍ଶନ ପଟ୍ଟନାୟକ ୧୨ ପ୍ରକାରର ପନିପରିବା ବ୍ୟବହାର କରିଛନ୍ତି । ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଛନ୍ତି । ଏହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ମୂର୍ତ୍ତିରେ ପ୍ରାୟ ୧୨ ପ୍ରକାରର ପନିପରିବା ବ୍ୟବହାର କରିଛନ୍ତି। ଏଥିରେ ବାଇଗଣ, ଗାଜର, ଭେଣ୍ଡି, ଆଳୁ ଏବଂ ଟମାଟୋ ଭଳି ପନିପରିବା ବ୍ୟବହାର କରାଯାଇଛି। ଲୋକମାନେ ଏହି ପ୍ରତିମାକୁ ବହୁତ ପସନ୍ଦ କରୁଛନ୍ତି ।

ସୁଦର୍ଶନ ମଧ୍ୟ ଫେସବୁକରେ ତାଙ୍କ କଳାର ଝଲକ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି – ହାପି ମହା ନବମୀ। ମୁଁ ପ୍ରଥମ ଥର ପାଇଁ ୧୨ ପ୍ରକାରର ପନିପରିବା ବ୍ୟବହାର କରି ଏହି କଳାକୃତି ତିଆରି କରିଛି ।

Leave A Reply

Your email address will not be published.