Latest Odisha News

BREAKING NEWS

ବେଆଇନଭାବେ ସ୍ଥାନ ସଂରକ୍ଷଣ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ଅଭିଯୋଗ

ସୁବର୍ଣ୍ଣପୁର: ପଞ୍ଚାୟତ ନିର୍ବାଚନ ନେଇ ବଢ଼ୁଛି ଉଷ୍ମତା। ବେଆଇନଭାବେ ସ୍ଥାନ ସଂରକ୍ଷଣ କରାଯାଇଥିବା ନେଇ ଉଠୁଛି ବିବାଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଆସିଛି ଏହିଭଳି ଅଭିଯୋଗ।

ବିଜେଡ଼ି ଦଳକୁ ସୁହାଇଲା ଭଳି ପଞ୍ଚାୟତ ନିର୍ବାଚନ ପାଇଁ ଅନୂସୂଚିତ ଜାତି, ଅନୂସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାଙ୍କ ସ୍ଥାନ ସଂରକ୍ଷଣ କରାଯାଇଛି। ତେବେ ପ୍ରାରମ୍ଭିତ ତାଲିକା ଗତ ଅକ୍ଟୋବର ୧୦ରେ ପ୍ରକାଶିତ ହେବା ପରେ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡ଼ି ନେତା, ମନ୍ତ୍ରୀଙ୍କୁ ସୁହାଇବା ଓ ବିଜେଡ଼ି କର୍ମୀମାନଙ୍କ ପତିଆରା ଥିବା ସ୍ଥାନରେ ବିଜେଡ଼ି କର୍ମୀମାନେ ଯେପରି ଅନାୟସରେ ବିଜୟୀ ହେବେ ସେହିଭଳିଭାବେ ସ୍ଥାନ ସଂରକ୍ଷଣ କରି ପ୍ରାରମ୍ଭିକ ତାଲିକା ପ୍ରକାଶନ କରାଯାଇଥିବା ନେଇ ବିଜେପି ଅଭିଯୋଗ କରିଛି।

ତେବେ ସ୍ଥାନ ସଂରକ୍ଷଣ ଆଇନ ଆଧାରରେ କରିବା ନେଇ ବିଜେପି ଦଳ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ସହ ଘଟଣାର ତଦନ୍ତ ଦାବି କରାଯାଇଛି। ଘଟଣାର କୌଣସି ସ୍ଥାୟୀ ସମାଧାନ ନବାହାରିଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.