Latest Odisha News

ଏମ୍ସରେ ରାମାୟଣକୁ କଦର୍ଥ କରିବା ପରେ କ୍ଷମା ମାଗିଲା ଛାତ୍ର ସଂଗଠନ

ନୂଆଦିଲ୍ଲୀ: ଦିଲ୍ଲୀରେ ଏମ୍ସ ଛାତ୍ରମାନେପ ରାମାୟଣ ଏବଂ ମହାପ୍ରଭୁ ଶ୍ରୀରାମଙ୍କ ମଜାକିଆ ଶୈଳୀରେ ପ୍ରଦର୍ଶନ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଏହି ଛାତ୍ରମାନଙ୍କୁ ନିନ୍ଦା କରାଯାଇଥିଲା । ଶେଷରେ ନିଜ ଭୁଲ ନେଇ ଛାତ୍ର ସଂଗଠନ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଛି । ଏଥିରେ ରାମଙ୍କ ଭୂମିକା କରିଥିବା ନିତିନ ସିଂଘଲ ଅଜାଣତରେ ଏକ ମସ୍ତବଡ ଭୁଲ ହୋଇଯାଇଥିବା କହିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ।

ତେବେ ଏହି ସମ୍ପୁର୍ଣ୍ଣ ଘଟଣାରେ ଟାର୍ଗେଟକୁ ଆସିଛନ୍ତି ଶୋଏବ ଅଫତାବ । ବିଜେପି ନେତା ସୁରେଶ ନାଖୁଆ ଟ୍ୱିଟ କରିଛନ୍ତି ଯେ, ଅଫତାବ ବାରମ୍ବାର ହିନ୍ଦୁ ଦେବ ଦେବୀଙ୍କୁ ଅପମାନିତ କରି ଆସୁଛନ୍ତି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସେ କହିଛନ୍ତି ।

Comments are closed.