Latest Odisha News

ଜଗତପୁରରେ ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ

କଟକ : ଜଗତପୁରରେ ଥିବା ଏକ ଧୂପକାଠି କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଅଗରବତୀ ଓ କଞ୍ଚାମାଲ ପୋଡି ଜଳି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ଏସ୍.ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । କାରଖାନାରେ ମଙ୍ଗଲଦୀପ୍ ବ୍ରାଣ୍ଡର ଅଗରବତୀ ତିଆରି ହେଉଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ, ସର୍ଟ ସର୍କିଟ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.