Latest Odisha News

BREAKING NEWS

ଆସନ୍ତାକାଲି ଗୋପାଳପୁରରେ ପହଞ୍ଚିବ ସ୍ବର୍ଣ୍ଣିମ ବିଜୟ ମଶାଲ

ଭୁବନେଶ୍ବର : ୧୯୭୧ ଯୁଦ୍ଧରେ ପାକିସ୍ତାନ ସେନା ବିପକ୍ଷରେ ଭାରତୀୟ ସେନାର ଐତିହାସିକ ବିଜୟକୁ ୫୦ ବର୍ଷ ପୂରଣ ହୋଇଛି । ଏହି ଉପଲକ୍ଷେ ଦେଶବ୍ୟାପୀ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି । ଭାରତୀୟ ସେନାର ବୀର ଯବାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ ‘ବିଜୟ ମଶାଲ’ ପରିକ୍ରମା କରାଯାଉଛି । ଆସନ୍ତାକାଲି ଏହି ବିଜୟ ମଶାଲ ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ମିଲିଟାରୀ ଷ୍ଟେସନରେ ପହଞ୍ଚିବ । ବିଜୟ ମଶାଲ ରହଣି ସମୟରେ ବିଭିନ୍ନ ପ୍ରକାରର ସ୍ମାରକୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାସହ ବୀର ସୈନିକଙ୍କୁ କୃତଜ୍ଞତା ଜଣାଯିବା ସାଙ୍ଗକୁ ସେମାନଙ୍କୁ ସମ୍ମାନିତ କରାଯିବ ।

୧୯୭୧ ଯୁଦ୍ଧରେ ମୂଲ୍ୟବାନ ଯୋଗଦାନ ଏବଂ ନିଃସ୍ବାର୍ଥପର ସେବା ପାଇଁ ବୀରନାରୀ ଏବଂ ପୁରସ୍କାର ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଏହି ଅବସରରେ ପୁଷ୍ପମାଲ୍ୟ ଅର୍ପଣ, ସାମରିକ ସଙ୍ଗୀତ ପରିବେଷଣ, ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଅବସରପ୍ରାପ୍ତ ଯବାନଙ୍କ ସହିତ ଆଲୋଚନା କରାଯିବ । ଏହି ବିଜୟ ମଶାଲ ଯୁବପିଢ଼ି ଏବଂ ସମର ଶିକ୍ଷାର୍ଥୀ ବାହିନୀଙ୍କ ପାଇଁ ପ୍ରଦର୍ଶିତ କରାଯିବ । ଏଥିସହ ‘ସ୍ବର୍ଣ୍ଣିମ ବିଜୟ ମଶାଲ’ ସମ୍ମାନରେ ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବିଜୟ ମଶାଲ ଆସନ୍ତା ୨୭ ତାରିଖରେ ଗୋପାଳପୁରରୁ ବାହାରି ଆଇଏନଏସ ଚିଲିକାରେ ପହଞ୍ଚିବ ।

Leave A Reply

Your email address will not be published.