Latest Odisha News

BREAKING NEWS

[ଭିଡିଓ] ଆସୁଛି ଦୀପାବଳୀ, ଚାଲିଛି ପେଟପାଟଣା ପାଇଁ ପ୍ରସ୍ତୁତି

ଓଡିଶା ସମ୍ବାଦ ବ୍ୟୁରୋ: ପାଖେଇ ଆସୁଛି ଦୀପାବଳୀ । ଆଉ କିଛି ଦିନ ପରେ ବଜାରରେ ଦେଖିବାକୁ ମିଳିବ ଗଦାଗଦା ମାଟି ଦୀପ । ଏ ନେଇ କୁମ୍ଭାରମାନେ ବି ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଗୋଟିଏ ଛୋଟ ଛୁଆର ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଖେଳକୁଦ କରିବା ସମୟରେ ପିଲାଟି ମାଟିର ଦୀପ ତିଆରି କରିବାରେ ଦେଖିବାକୁ ମିଳିଛି ।

ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଛୋଟ ଛୁଆଟି ବେଶ ସୁନ୍ଦର ଭାବେ ଦୀପ ପ୍ରସ୍ତୁତ କରିବାରେ ଦେଖାଯାଇପାରେ । ତେବେ ଚଳିତକର ବିଷୟ ହେଉଛି ପିଲାଟି ଦୀପ ତିଆରି କରିବାରେ ବେଶ ମାହିର ମନେ ହୁଏ । ଭିଡିଓଟି କେଉଁଠୁ ଓ କେବେ ଆସିଛି ତାହା ଏ ପର୍ମ୍ୟନ୍ତ ସ୍ପଷ୍ଟ ହୋଇପାରିନି । ହେଲେ ପିଲାଟି କିନ୍ତୁ ନିଜ ଅଜାଣତରେ ଅନେକ ଲୋକଙ୍କଠାରୁ ପ୍ରଶଂସା ସାଉଣ୍ଟିପାରିଛି ।

Leave A Reply

Your email address will not be published.