Latest Odisha News

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ସାରଦା ପ୍ରସନ୍ନ ଜେନା

ଭୁବନେଶ୍ୱର : କଂଗ୍ରେସ ନେତା ସାରଦା ପ୍ରସନ୍ନ ଜେନା ଦଳର ପ୍ରାଥମିକତା ସଦସ୍ୟତା ପଦରୁ ଇସ୍ତଫା ଦେବାପରେ ଆଜି ବିଜୁ ଜନତା ଦଳ (ବିଜେଡି)ରେ ସେ ଯୋଗ ଦେଇଛନ୍ତି ।

ଶ୍ରୀଯୁକ୍ତ ଜେନା ତାଙ୍କର ସମର୍ଥକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି ।

ସାଧାରଣ ନିର୍ବାଚନରେ ଟିକେଟ୍ ଆବଣ୍ଟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ । ଉକ୍ତ ଇସ୍ତଫା ପତ୍ରରେ ଦଳ ତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ନେଇ ଅଭିଯୋଗ କରିଥିଲେ ।

ଶ୍ରୀଯୁକ୍ତ ଜେନା କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ସଦସ୍ୟ ରହିଥିଲେ ।

Comments are closed.