Latest Odisha News

BREAKING NEWS

ମୟୁରଭଞ୍ଜ: ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୫ ଛାତ୍ରଛାତ୍ରୀ ଆହତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ରୁରାଲ ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବା ଫଳରେ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏକ ସ୍କୁଲ ଅଟୋ କିଛି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରୁ ଘରକୁ ଫେରୁଥିବାବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ନିକଟସ୍ଥ ଗ୍ରାମ ନିକଟରେ ଗାଡିଟି ଏକ ଓଲଟି ପଡିଯାଇଥିଲା ।

ଏହି ଦୁର୍ଘଟଣା ପରେ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.