Latest Odisha News

BREAKING NEWS

ବିପ୍ଲବଙ୍କ ଚମତ୍କାର ଶତକ, କଳାହାଣ୍ଡି କପ ଟାଇଟଲ ଜିତିଲା କଟକ ଏ

କଟକ: ବିପ୍ଲବ ସାମନ୍ତରାୟଙ୍କ ଚମତ୍କାର ଶତକ ସହାୟତାରେ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ଅନୁଷ୍ଠିତ କଳାହାଣ୍ଡି କପ କ୍ରିକେଟ ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ପରାସ୍ତ କରି ଟାଇଟଲ ହାସଲ କରିଛି କଟକ ଏ । ୨ ଦିନିକିଆ ଏହି ମ୍ୟାଚରେ ଟସ ଜିତି କଟକ ଏ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅଙ୍କିତ ଯାଦବଙ୍କ ୯୪ ରନ ସହାୟତାରେ ଇଷ୍ଟକୋଷ୍ଟ ରେଲୱେ ୫୮.୧ ଓଭରରେ ୧୭୪ ରନ କରିଥିଲା । ଶୁଭମ ନାୟକ କଟକ ଏ ପକ୍ଷରୁ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

ବିପ୍ଲବ ୧୦୯ ରନର ଇନିଂସ ଖେଳିଥିଲେ । ଷ୍ଟମ୍ପ୍ସ ଅପସାରଣ ବେଳକୁ କଟକ ଏ ୬ ଉଇକେଟ ବିନିମୟରେ ୨୫୬ ରନ ସଂଗ୍ରହ କରିଥିଲା । ବିସିସିଆଇ ପ୍ୟାନେଲ ଅମ୍ପାୟର ଦୁର୍ଗା ଦତ ଦାସ ଏବଂ ପ୍ରୀତି ରଞ୍ଜନ ବିଶ୍ୱାଳ ମ୍ୟାଚ ପରିଚାଳନା କରିଥିଲେ ।

Comments are closed.