ସାନ୍ ଫ୍ରାନ୍ସିସ୍କୋ: ସୋସିଆଲ ମିଡ଼ିଆ ଜଗତରେ ଅଧିକ ସକ୍ରିୟ ଥିବା ଫେସବୁକ ନିଜ କମ୍ପାନୀର ନାଁ ବଦଳାଇଛି। ଫେସବୁକ ମୂଳ କମ୍ପାନୀର ନାମକୁ ବଦଳାଇ ମେଟା ରଖିବାକୁ ସିଇଓ କୁଜରବର୍ଗ ଘୋଷଣା କରିଛନ୍ତି। ଗତକିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ କରିବ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।
ଫେସବୁକ୍ ସିଇଓ ମାର୍କ କୁଜରବର୍ଗ ଘୋଷଣା କରିଛନ୍ତି ଯେ, ସୋସିଆଲ ମିଡ଼ିଆ ବାହାରେ ଭର୍ଚୁଆଲ ରିଅଲିଟି ପରି କ୍ଷେତ୍ରରେ ମେଟାଭର୍ସ କରିବା ପାଇଁ ଫୋକସ୍ କରୁଛି। ନୂତନ ନାମ ସୋସିଆଲ ମିଡ଼ିଆ ବାହାରେ କମ୍ପାନୀର ବଢ଼ୁଥିବା ଅଭିଳାଷକୁ ପ୍ରତିଫଳିତ କରେ।
ଆମର ବ୍ରାଣ୍ଡ ଗୋଟିଏ ଉତ୍ପାଦ ସହିତ ଏତେ ଦୃଢ଼ଭାବେ ସଂଯୁକ୍ତ ଯେ ଭବିଷ୍ୟତକୁ ଛାଡ଼ି ଆଜି ଆମେ କରୁଥିବା ସମସ୍ତ କାର୍ଯ୍ୟକୁ ଏହା ସମ୍ଭବତ ପ୍ରତିନିଧିତ୍ୱ କରିପାରିବା ନାହିଁ। ଆମର ବିଶ୍ୱାସ ଯେ ମେଟାଭର୍ ମୋବାଇଲ ଇଣ୍ଟରନେଟର ଉତ୍ତରାଧିକାରୀ ହେବ ବୋଲି ଗୁରୁବାର ଦିନ କମ୍ପାନୀର ବାର୍ଷିକ କନେକ୍ଟ ସମ୍ମିଳନୀ ଷ୍ଟ୍ରିମିଂ ସମୟରେ କୁଜରବର୍ଗ କହିଛନ୍ତି।
Comments are closed.