Latest Odisha News

ଦୀପାବଳିରେ ଦାମିକିଆ ମିଠା , କିଲୋ ୫୦ହଜାର

ଲକ୍ଷ୍ନୌ : ମିଠା କିଲୋ ୫୦ ହଜାର । ଆସୁଛି ଦୀପାବଳି ଏନେଇ ମିଠା ବ୍ୟବସାୟୀ ମାନେ ସ୍ୱତନ୍ତ୍ର ମିଠା ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସହରେରେ ଛପନଭୋଗ ସୁଇଟସ ଦ୍ୱାରା ଏକ ସ୍ୱତନ୍ତ୍ର ମିଠା ତିଆରି କରାଯାଇଛି । ଏହ ମିଠାର ନାଁ ‘ଏକ୍ସୋଟିକା’ ରଖାଯାଇଥିବା ବେଳେ ମିଠା କିଲୋ ୫୦ ହଜାର ଟଙ୍କା ରହିଛି।

ମିଠା ପ୍ରସ୍ତୁତ କରିବା ପାଇଁ ୧୪ ରୁ ୧୫ ଘଣ୍ଟା ସମୟ ଲାଗିଥିଲା ବୋଲି ବ୍ୟବସାୟୀ କହିଛନ୍ତି।ଏହି ଏକ୍ସୋଟିକା ଡ୍ରାଏ ମିଠା ତିଆରିରେ ୭ ରୁ ୮ ପ୍ରକାର ଦାମିକିଆ ଇନଗ୍ରିଡିଆଣ୍ଟ ବ୍ୟବହାର ହୋଇଛି। କେଶର ,ଗୋଲଡ ପେପର,କାଜୁ, ଭେରାଇଟି ଫରେନ ଏସେନ୍ସ ,ଚକୋ, ଆଦି ପକାଯାଇ ମିଠା ପ୍ରସ୍ତୁତ ହୋଇଛି। ଏହି ମିଠାକୁ କିଣିବାକୁ ହେଲେ ଗ୍ରାହକ ମାନ ଆଗରୁ ବୁକିଂ କରିବାକୁ ପଡ଼ିବ।

ମିଠାକୁ ଗ୍ରାହକ ଅନଲାଇନ କିଣିପାରିବେ ବୋଲି ଜଣାପଡ଼ିଛି।ଏହା ଇଣ୍ଡିଆର ସବୁଠାରୁ ଦାମିକା ମିଠା ଓ ଟେଷ୍ଟି ମିଠାର ମାନ୍ୟତା ପାଇଛି। ଛପନଭୋଗର ଡାଇରେକ୍ଟର ରବୀନ୍ଦ୍ର ଗୁପ୍ତା ଏବଂ ତାଙ୍କ ଦୁଇ ସାନଭାଇ ୧୯୯୨ ମସିହାରୁ ଡ୍ରାଏ ସ୍ନାକସ ଓ ମିଠା ବ୍ୟବସାୟ ଆରମ୍ଭ କରିଥିଲେ। ସେମାନେ ଏହି ମିଠା ତିଆରି କରିଛନ୍ତି।

ସେପଟେ ଏହି ମିଠା ଡବାର ପ୍ୟାକିଂ ଏତେ ସୁନ୍ଦର ହୋଇଛି ଯେ ଯେପରି ଗ୍ରାହକ ମାନେ ଖୁବ୍ ଶିଘ୍ର ଏ ମିଠା କିଣିବା ପାଇଁ ଇଚ୍ଛା କରିବେ। ରାଜକୀୟ ଷ୍ଟାଇଲରେ ମିଠା ଡବାର ଡିଜାଇନ କରାଯାଇଛି।ଇଣ୍ଡଷ୍ଟ୍ରିଆଲିଷ୍ଟ ଓ ବଲିଉଡ୍ ଜଗତକୁ ଦୃଷ୍ଟିରେ ରଖି ଏଭଳି ମିଠା ତିଆରି କରିଯାଇଛି ବୋଲି ବ୍ୟବସାୟୀ କହିଛନ୍ତି।

Comments are closed.