Latest Odisha News

ମମିତା ମେହେର ମର୍ଡର କେସ୍ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି

ଭୁବନେଶ୍ୱର:  ମମିତା ମେହେର ମର୍ଡର କେସ୍ରେ  ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି କୁନି ଝିଅ । ଭୁବନେଶ୍ୱରର ୮ବର୍ଷର ପିହୁ ପ୍ଲାକାର୍ଡ ଧରି ନିଜ ବାପାଙ୍କ ସହ ସାଇକେଲରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଦେଇଛନ୍ତି ।

ରାଜ୍ୟରେ ଝିଅଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ । ପ୍ରତିମାସରେ କେଉଁଠ ନା କେଉଁଠି ଝିଅମାନଙ୍କୁ ମାରି ଦିଆଯାଉଛି । ଏବେ ମମିତା ମେହରଙ୍କୁ ହତ୍ୟା କରାଯାଇଛି । ଏଥିପାଇଁ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଝିଅଙ୍କ ସୁରକ୍ଷା ପାଇଁ ଦାବି କରିବାକୁ ସେ ଅପିଲ କରିଛନ୍ତି । ପୂର୍ବରୁ ମଧ୍ୟ ପରୀକୁ ନ୍ୟାୟ ଦେବାକୁ ସେ ଚିଠି ଲେଖିଥିଲେ । ମମିତା ମେହେରଙ୍କୁ ଯଦି ନ୍ୟାୟ ନ ମିଳେ ତେବେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିବେ ବୋଲି ପିହୁ କହିଛନ୍ତି ।

Comments are closed.