Latest Odisha News

ଛୋଟ ଦୀପାବଳୀରେ ଅଯୋଧ୍ୟାରେ ପ୍ରଜ୍ଜ୍ୱଳିତ ହେବ ୯ ଲକ୍ଷ ୫୧ ହଜାର ଦୀପ

ଅଯୋଧ୍ୟା: ଅଯୋଧ୍ୟାର ରାମଙ୍କ ପୈଡୀ ଘାଟରେ ଛୋଟ ଦୀପାବଳୀ ଦିନ ୯ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ଜ୍ୱଳିତ କରାଯିବ । ଏଥର ୩ ନଭେମ୍ବରରେ ଛୋଟ ଦୀପାବଳୀ ପାଳନ କରାଯିବ । ୪୯ ସଂସ୍ଥା ସେମାନଙ୍କ ୧୪୦୦୦ ସ୍ୱେଚ୍ଛାସେବୀ ସହ ଏହି କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ବିଶ୍ୱ ରେକର୍ଡ ଲକ୍ଷ୍ୟରେ ଗିନିଜ ବୁକର ଅଧିକାରୀମାନଙ୍କୁ ଏଠାକୁ ଡକାଯାଇଛି । ସେମାନେ ଗଣତି କରି ରେକର୍ଡ ସମ୍ପର୍କରେ ଉଲ୍ଲେଖ କରିବେ ।

୨୦୧୭ରୁ ସରାୟୁ ନଦୀ କୂଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରୟୁ ନଦୀ କୂଳରେ ଏହି ଦୀପ ଜଳାଇବା ପରମ୍ପରା ଆରମ୍ଭ କରିଥିଲେ । ଅଯୋଧ୍ୟାବାସୀଙ୍କ ମଧ୍ୟରେ ଏଥିନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହି ଦିନ ଭବ୍ୟ କାର୍ଯ୍ୟକ୍ରମରେ ଲେଜର ଲାଇଟ ମାଧ୍ୟମରେ ରାମାୟଣ କଥା ପ୍ରଦର୍ଶିତ ହେବ ।

Comments are closed.