Latest Odisha News

ଦିଲ୍ଲୀରେ ୪ନଭେମ୍ବର ଯାଏଁ ଏକ୍ୟୁଆଇ ଆହୁରି ଅଧିକ ଖରାପ ରହିବାର ସମ୍ଭାବନା

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଲଗାତାର ୬ଦିନ ଧରି ବାୟୁ ବିଷାକ୍ତ ହେଉଛିି। ଏହି ମଧ୍ୟରେ ଆଇଏମଡ଼ି ବୈଜ୍ଞାନିକ ବିକେ ସୋନୀ କହିଲେ, ୪ନଭେମ୍ବର ଯାଏଁ ବାୟୁର ଗୁଣବତ୍ତା ଖରାପ ଶ୍ରେଣୀରେ ରହିବାର ସମ୍ଭାବନା ଅଛି। ଉତ୍ତର-ପଶ୍ଚିମ ପବନ ଏବଂ ବାଣ ଫଟାଇବା କାରଣରୁ ନଭେମ୍ବର ୫-୬ ଏହା ବହୁତ ଖରାପ ଶ୍ରେଣୀରେ ରହିବାର ସମ୍ଭାବନା ଅଛି। ଏହାବ୍ୟତୀତ ଆଗକୁ ୩ ଦିନ ନ୍ୟୁନତମ ତାପମାତ୍ରା ୧୩-୧୫ଡ଼ିଗ୍ରୀ ସେଲିସିୟସର ମଧ୍ୟରେ ରହିବାର ସମ୍ଭାବନା ଅଛି।

ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ ଧାନ ଶସ୍ୟର ଖୁଣ୍ଟା ଜଳିବା ଘଟଣା ବୃଦ୍ଧି ପାଇଁ ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ସୂଚକାଙ୍କ ବହୁତ ଖରାପ ଶ୍ରେଣୀରେ ଥିଲା। ଯାହା ସୋମବାର ସକାଳେ ଦିଲ୍ଲୀର କିଛି ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବହୁତ ଖରାପ ଶ୍ରେଣୀରେ ଥିଲା। ଏହି ସମୟରେ ସୋନିଆ ବିହାରରେ ଏକ୍ୟୁଆଇ ୩୪୩, ବବାନାରେ ୩୨୪, ମୁଣ୍ଡିକା ୩୦୩ ଥିଲା। କେବଳ ଏତିକି ନୁହେଁ, ଦିଲ୍ଲୀର ୨୭ ମନିଟରିଂ ସେଣ୍ଟରରେ ବାୟୁ ଗୁଣବତ୍ତା ଖରାପ ଶ୍ରେଣୀରେ ଥିଲା।

ଏହାସହ ଉତ୍ତର ପ୍ରଦେଶର ଗାଜିୟାବାଦର ଲୋନୀରେ ଏକ୍ୟୁଆଇ ୪୦୦ରୁ ଅଧିକ ରେକର୍ଡ଼ କରାଯାଇଛି। ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ଅବସ୍ଥା ମଧ୍ୟ ଖରାପ ରହିଛି।

Comments are closed.