Latest Odisha News

BREAKING NEWS

[ଭିଡିଓ] ବିଚ୍ ରାସ୍ତାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ

ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାଇଁ ଅଡୁଆ ଦିନକୁଦିନ ବଢିବାରେ ଲାଗିଛି । ସାରା ରାଜ୍ୟରେ ଏ ନେଇ ବିକ୍ଷୋଭ ସହ ପ୍ରତିବାଦ ସାମ୍ନାକୁ ଆସୁଛି । ଏପରି ସ୍ଥିତିରେ ଭବାନପାଟଣାରୁ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡକୁ ଯାଉଥିବାବଳେ ରାସ୍ତା ହୁଡିଥିଲେ ଜଣେ ବିଜେପି ଯୁବମୋର୍ଚ୍ଚା କର୍ମୀ ।

ଆଜି ଯୁବମୋର୍ଚ୍ଚା କର୍ମୀ ଦୀପଜ୍ୟୋତି ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁହାଁମୁହିଁ ଇସ୍ତଫା ମାଗିଥିଲେ । ହେଲେ ମନ୍ତ୍ରୀ ଦିବ୍ୟଶଙ୍କର ବିଜେପି କର୍ମୀଙ୍କୁ ଏଡାଇ ପୋଲିସ ଏସକର୍ଟରେ ଜୁନାଗଡ ବାହାରିଯାଇଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ତେବେ ଏହି ଘଟଣାକୁ ନେଇ ମନ୍ତ୍ରୀ ମହୋଦୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.