Latest Odisha News

ଦେବମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି କାଳୀପୂଜା । ମା ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଗୁରୁବାର ମା’ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କରୋନା କଟକଣା ମଧ୍ୟରେ ମା’ ଙ୍କ ପୂଜାର୍ଚ୍ଚନା ଚାଲିଛି।

BjdElectrycity

ପରମ ବୈଷ୍ଣବୀ ମା’ ଭଦ୍ରକାଳି ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ମା’ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ତେବେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ବେଦମାତା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମା ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡିପାଠ ଅନୁଷ୍ଠିତ ହୋଇଛି।

କିନ୍ତୁ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡିଛି ମା’ଙ୍କ ପୂଜା। କେବଳ ବିଧି ଅନୁଯାୟୀ ମା’ଙ୍କର ପୂଜା ଅନୁଷ୍ଠିତ ହେଉଛି । ମନ୍ଦିରରେ ମା’ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି । ବେଦମାତା ବେଶରେ ଭକ୍ତ ମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଶୁକ୍ରବାର ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା’ ମହାକାଳୀ ବେଶରେ ପୂଜା ପାଇବେ।

Leave A Reply

Your email address will not be published.