Latest Odisha News

ପ୍ରଦୀପଙ୍କ ଜନ୍ମ ମାଟିରେ କଂଗ୍ରେସର ମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ

ନବରଙ୍ଗପୁର : କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ମାଝିଙ୍କ ଜନ୍ମମାଟିରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ପ୍ରଦୀପ ମାଝିଙ୍କୁ ଜବାବ ଦେବା ପାଇଁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ଗାଁରେ ଏକଜୁଟ ହୋଇଛନ୍ତି କଂଗ୍ରେସ କର୍ମୀ । ସବୁ ନିର୍ବାଚନ ମଣ୍ଡଳୀରେ ପହଞ୍ଚି କର୍ମୀଙ୍କୁ ଏକଜୁଟ କରିଛି କଂଗ୍ରେସ । ଏକ ବିଶାଳ ବାଇକ ରାଲି କରିବା ସହ ପ୍ରଦୀପଙ୍କ ଝରିଗାଁ ସ୍ଥିତ ବାସଭବନ ନିକଟରୁ ରାଲି ବାହାରି ସଭାସ୍ଥଳ ନିକଟରେ ପହଞ୍ଚିଥିଲା ।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଡାବୁଗାଁ ବିଧାୟକ ଭୂଜବଳ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ ଓ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ ସମାବେଶରେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ବିଜେପି ସରକାର ବନ୍ଦ କରି ଦେଇଥିବାରୁ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ଭକ୍ତ ଦାସ । ସେହିପରି ପ୍ରଦୀପ ମାଝିଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ କେବେ ଦୁର୍ବଳ ନ ଥିଲା କି ଦୁର୍ବଳ ହେବନାହିଁ । ବରଂ ଦଳଦ୍ରୋହୀ ଦଳରୁ ଚାଲିଯାଇଥିବା ଯୋଗୁଁ ଦଳ ପୁଣି ନିଜର ପୂର୍ବ ଗାରିମା ଫେରିପାଇବ ବୋଲି ଦୃଢ଼ତାର ସହ କହିଥିଲେ ତାରା ।

Comments are closed.