Latest Odisha News

BREAKING NEWS

ବୋମାମାଡ଼ ପରେ ସାତପଡ଼ା ନାଥପୁର ଗାଁ ପୁରୁଷଶୂନ୍ୟ

ସାତପଡ଼ା: ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍‌ ବୋମାମାଡ଼ ଘଟଣା ପରେ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି । ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ପରିସ୍ଥିତିକୁ ନଜରରେ ରଖି ୫ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

ନାଥପୁର ଗାଁରେ ଯାଂଚ ବେଳେ ୧୦ରୁ ଅଧିକ ଅଫୁଟା ବୋମା ମିଳିଥିଲା । ବୋମାମାଡ଼ରେ ୨୦ରୁ ଅଧିକ ଘର ପୋଡ଼ି ଯାଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସରକାରୀ ଜମି ଜବରଦଖଲ ବିବାଦକୁ ନେଇ ଗତକାଲି ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଓ ବୋମାମାଡ଼ ହୋଇଥିଲା ।

ସାତପଡ଼ା ନାଥପୁର ଗାଁରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ବାରା ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା ।  ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।

ତେବେ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । ଘଟଣାର ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି । .. .

Leave A Reply

Your email address will not be published.