Latest Odisha News

BREAKING NEWS

ଛଟ୍ ପୂଜାରେ ବିଷାକ୍ତ ଫେଣ ମଧ୍ୟରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଦିଲ୍ଲୀ: ଦୀପାବଳି ପରେ ରାଜଧାନୀର ସ୍ଥିତି ସଙ୍ଗୀନ୍ । ଦିଲ୍ଲୀରେ ଉତ୍କଟ ହୋଇଛି ଜଳ ଓ ବାୟୁ ପ୍ରଦୂଷଣ । ଛଟ୍ ପୂଜା ଆରମ୍ଭ ହେଉଥିବା ବେଳେ ଚିନ୍ତାରେ ଶ୍ରଦ୍ଧାଳୁ ।

ଯମୁନା ନଦୀରେ ଏକାଠି ହୋଇଛି ବିଷାକ୍ତ ଫେଣ । ଆଉ ଭକ୍ତମାନେ ବିଷାକ୍ତ ଫେଣରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି । ଯମୁନା ନଦୀରେ କାଲିନ୍ଦି କୁଞ୍ଜ ନିକଟର ଭାସୁଥିବା ବିଷାକ୍ତ ଫେଣ ମଧ୍ୟରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି ଭକ୍ତ । ବାୟୁ ପ୍ରଦୂଷଣ ସ୍ଥିତି ଭୟଙ୍କର ହୋଇଥିବା ବେଳେ ବର୍ତ୍ତମାନ ଯମୁନାରେ ଆମୋନିଆ ସ୍ତର ମଧ୍ୟ ବୃଦ୍ଧି ପାଇଛି ।

ଛଟ୍ ପୂଜାର ନଦୀରେ ବୁଡ଼ ପକାଇବାର ପରମ୍ପରା ରହିଛି । ହେଲେ ବୁଡ଼ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁ ଫେଣ ମିଶ୍ରିତ ପାଣିରେ ଗାଧୋଇବା ପାଇଁ ଅସହଜ ମନେ କରୁଛନ୍ତି । ବିଷାକ୍ତ ଜଳରେ ଗାଧୋଇବା ଠିକ୍ ନୁହେଁ, ବିଭିନ୍ନ ପ୍ରକାର ଇନଫେକ୍ସନ୍ ହୋଇପାରେ । ଏହା ରୋଗ ମଧ୍ୟ ସୃଷ୍ଟି କରିପାରେ । ତଥାପି ବିଷାକ୍ତ ପାଣିରେ ଗାଧୋଉଛନ୍ତି ଶ୍ରଦ୍ଧାଳୁ ।

Comments are closed.