Latest Odisha News

BREAKING NEWS

ନିର୍ବାଚନ କମିଶନଙ୍କ ହେଲିକପ୍ଟର ଯାଞ୍ଚ: ଶାନ୍ତ ରହିଲେ ନବୀନ, ଗର୍ଜିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଲାଗି ଗତକାଲି ରାଉରକେଲା ଗସ୍ତରେ ଯାଇଥିଲେ । ଏହି ସମୟରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ନବୀନଙ୍କ ହେଲିକପ୍ଟର ସହ ଲଗେଜ୍ ମଧ୍ୟ ଯାଞ୍ଚ କରିଥିଲେ ।

ଏସମ୍ପର୍କୀତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି ।

ଆହୁରି ମଧ୍ୟ ଏହି ସ୍କ୍ୱାର୍ଡର ଯାଞ୍ଚ ବେଳେ ନବୀନ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଏହା ସମାପ୍ତ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ହେଲିକପ୍ଟରରେ ବସିଥିବା ଦେଖିବାକୁ ମିଳିଥିଲା ।

ସେହିଭଳି ସମାନ ପରିସ୍ଥିତି ଘଟିଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ । ଗତ ମଙ୍ଗଳବାର ଦିନ ଶ୍ରୀଯୁକ୍ତ ପ୍ରଧାନଙ୍କ ଏକ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତବେଳେ ଫ୍ଲାଇଂ ସ୍କ୍ୱାର୍ଡ ଓ ସ୍ଥାନୀୟ ପୋଲିସ ତାଙ୍କ ହେଲିକପ୍ଟରଙ୍କୁ ଯାଞ୍ଚ କରିଥିବା ବେଳେ ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଯାଞ୍ଚରେ ସହଯୋଗ କରିବା ପରିବର୍ତ୍ତେ ଧର୍ମେନ୍ଦ୍ର ବିରକ୍ତି ଭାବ ପ୍ରକାଶ କରିଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି । ଏହାବ୍ୟତିତ ସେମାନଙ୍କ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ର‌୍ୟାଲିରେ ଯୋଗ ଦେବା ଲାଗି ସେ ଗସ୍ତ କରିଥିଲେ ।

Leave A Reply

Your email address will not be published.